ETV Bharat / state

ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ଦ୍ବିତୀୟଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା'

ଭଦ୍ରକରେ ଦ୍ବିତୀୟ ଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ପାଳନ ହେଉଛି ମା'ଙ୍କ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

ଦ୍ବିତୀୟଦିନରେ ଉଗ୍ରରୂପରେ ଦର୍ଶନ ଦେଉଛନ୍ତି ମା'

author img

By

Published : Nov 15, 2020, 7:39 PM IST

Updated : Nov 15, 2020, 7:49 PM IST

ଭଦ୍ରକ: ଆରମ୍ଭ ହୋଇଯାଇଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା ପର୍ବ । ପୂଜାରେ ମା' ସାତଦିନରେ ସାତଟି ଵେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଦ୍ବିତୀୟଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା'

ଏହି ପରିପ୍ରେକ୍ଷୀରେ ରବିବାର ଦ୍ବିତୀୟ ଦିନରେ ମହାକାଳୀ ଵେଶରେ ଦର୍ଶନ ଦେଉଛନ୍ତି ମା' । ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ଭଦ୍ରକାଳୀ ସଵୁଦିନ ଶାନ୍ତରୂପରେ ଦର୍ଶନ ଦେଉ ଥିବାବେଳେ ପୂଜାର ଦ୍ବିତୀୟଦିନରେ ଉଗ୍ରରୂପରେ ବା ମହାକାଳୀ ବେଶରେ ଦର୍ଶନ ଦେଇଥାନ୍ତି । ସମାଜରୁ ଆଶୁରିକ ଶକ୍ତିର ବିନାସ ପାଇଁ ମା' ଏହି ବେଶ ଧାରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ପହଡ ଖୋଲିବା ପରେ ମା'ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ତେବେ ପୂଜାର ତୃତୀୟଦିନରେ ମା' ସପ୍ତମାତୃକା ବେଶରେ, ତା'ପରଦିନ ରାଜେଶ୍ୱରୀ ବେଶ, ପରେ ସିଂହବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

ପ୍ରତିବର୍ଷ ମା'ଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷ ଲକ୍ଷ ଲୋକ ଦର୍ଶନ କରିବାକୁ ଆସିଥାନ୍ତି । କିନ୍ତୁ ଏଥର ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 15, 2020, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.