ETV Bharat / state

‘ଇଦ-ମିଲାଦୁନ-ନବି’ ପାଇଁ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ଭଦ୍ରକ ସହର । ଇସଲାମ ଧର୍ମର ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ନେଇ ଇସଲାମ ଧର୍ମାବଲମ୍ବୀମାନେ ଆରମ୍ଭ କରିଛନ୍ତି ‘ଇଦ-ମିଲାଦୁନ-ନବି’ ପର୍ବ ପାଳନ ।

author img

By

Published : Nov 10, 2019, 2:53 PM IST

‘ଇଦ-ମିଲାଦୁନ-ନବି’ ପାଇଁ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ

ଭଦ୍ରକ: ଉତ୍ସବ ମୁଖର ଭଦ୍ରକ ସହର । ଇସଲାମ ଧର୍ମର ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ନେଇ ଇସଲାମ ଧର୍ମାବଲମ୍ବୀମାନେ ଆରମ୍ଭ କରିଛନ୍ତି ‘ଇଦ-ମିଲାଦୁନ-ନବି’ ପର୍ବ ପାଳନ । ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ସହରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

‘ଇଦ-ମିଲାଦୁନ-ନବି’ ପାଇଁ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ

ସହରରେ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ଇସଲାମ ଧର୍ମାବଲମ୍ବୀ ବେଶ ଉତ୍ସାହିତ। ବାତ୍ୟା ବୁଲବୁଲ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ସାମାନ୍ୟ ଫିକା ପଡିଛି। ହେଲେ କମିନି ଶ୍ରଦ୍ଧାଳୁଙ୍କ ଉତ୍ସାହ । କିମ୍ବଦନ୍ତୀ କୁହେ ଆରବ ଦେଶର ମକ୍କା ସହରରେ 571 ଖ୍ରୀଷ୍ଟାବ୍ଦରେ ମହାପୁରୁଷ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ । ଏହି ଦିନଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ। ତେଣୁ ଏହି ଦିନକୁ ଚିର ସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ ‘ଇଦ-ମିଲାଦୁନ-ନବି’ ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ ।

ଏହି ପବିତ୍ର ପର୍ବକୁ ପାଳନ କରିବା ପାଇଁ ବେଶ ଉତ୍ସାହିତ ଭଦ୍ରକର ଇସଲାମ ଧର୍ମାବଲମ୍ବୀ । ଚଳିତ ବର୍ଷ ଇସଲାମ ଧର୍ମ ସମ୍ବନ୍ଧୀୟ ବାର୍ତ୍ତା ନେଇ ପ୍ରାୟ 70ରୁ ଉର୍ଦ୍ଧ୍ବ ମେଢ ନିର୍ମାଣ ଶେଷ ଦହୋଇ ସାରିଛି। ବିଭିନ୍ନ ସାହି ବସ୍ତିରୁ ଏହି ମେଢଗୁଡିକ ମାନବ ଶୃଙ୍ଖଳ ବା କାଫିଲାରେ ବାହାରି ସହରସ୍ଥିତ ଚଉଖଣ୍ଡିରୁ ସହର ପରିକ୍ରମା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ସମସ୍ତେ ମଦିନା ମଇଦାନରେ ପହଞ୍ଚିବେ। ସେଠାରେ ଏକ ଧର୍ମ ସଭା ଅନୁଷ୍ଠିତ ହେବ ବୋଲି ଚଉଦ ମହଲା ମୁସଲିମ ଜମାତ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏନେଇ ଫ୍ଲାଗମାର୍ଚ୍ଚର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ସହରରେ ‘ଇଦ-ମିଲାଦୁନ-ନବି’ ଅବସରରେ ମେଢ ଗୁଡିକ ସହ ମାନବ ଶୃଙ୍ଖଳ ବା କାଫିଲା ଶୋଭାଯାତ୍ରାର ମାହୋଲ ବେଶ ନିଆରା। ଯାହାକି ଅନ୍ୟତ୍ର ବିରଳ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : EID-MILADUN-NABI PREPARATION 
FORMAT : PKG 
REPORT : DEBASIS MOHAPATRA / BHADRAK
DATE : 09.11.2019 
ANCHOR : ଇସଲାମ ଧର୍ମର ମହାପୁରୁଷ ପ୍ରୋଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ କୁ, ଇସଲାମ ଧର୍ମାବଲମ୍ବୀ ମାନେ ଇଦ-ମିଲାଦୁନ-ନବି ଭାବେ ପାଳନ କରନ୍ତି। ଏନେଇ ଉତ୍ସବ ମୁଖର ଭଦ୍ରକ ସହର। ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ। ସୁରକ୍ଷା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।Body:VO_1 : ଭାଇଚାରା ର ସହର ଭଦ୍ରକ ରେ ମହାପୁରୁଷ ପ୍ରୋଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ଇସଲାମ ଧର୍ମାବଲମ୍ବୀଙ୍କ ବେଶ ଉତ୍ସାହିତ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହା ସାମାନ୍ୟ ଫିକା ହୋଇ ଯାଇଛି। ଆରବ ଦେଶର ମକ୍କା ସହରରେ 571 ଖ୍ରୀଷ୍ଟାବ୍ଦରେ ମହାପୁରୁଷ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ଏଥିସହ ଏହି ଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ। ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦ ଙ୍କ ବାଣୀ କୁ ଅନୁସରଣ କରିବା ପାଇଁ ଏହି ଦିନକୁ, ଇଦ-ମିଲାଦୁନ-ନବି ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ ମାନେ। ତେଣୁ ଏହି ପବିତ୍ର ପର୍ବକୁ ପାଳନ କରିବା ପାଇଁ ବେଶ ଉତ୍ସାହିତ ଭଦ୍ରକ ର ଇସଲାମ ଧର୍ମାବଲମ୍ବୀ ମାନେ। ତେବେ ଲଘୁଚାପ ଜନିତ ବର୍ଷା ର ପ୍ରଭାବ ଆଲ୍ଲାଙ୍କ ଦୟାରୁ ରହିବ ନାହିଁ ବୋଲି କହିଛନ୍ତି ଶ୍ରଦ୍ଧାଳୁ। 
Bite_1 : ତାହେର ମହମ୍ମଦ_ଶ୍ରଦ୍ଧାଳୁ_କଳା ନିଶ ଦାଢି ନାହିଁ 
Bite_2 : କାଜି ମହମ୍ମଦ ଫିରୋଜ ଅହମ୍ମଦ_ଶ୍ରଦ୍ଧାଧାଳୁ_ମହମ୍ମଦ_ଶ୍ରଦ୍ଧାଳୁ_କଳା ନିଶ କଳା ଦାଢି 

VO_2 : ଚଳିତ ବର୍ଷ ଇସଲାମ ଧର୍ମ ନେଇ ବାର୍ତ୍ତା ସମ୍ବଳିତ ପ୍ରାୟ 70 ରୁ ଉର୍ଦ୍ଧ ମେଢ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ସାହି ବସ୍ତିରୁ ଏହି ମେଢ ଗୁଡିକ ଓ ମାନବ ଶୃଙ୍ଖଳ ବା କାଫେଲା ଆସି, ଭଦ୍ରକ ସହର ରେ ଅବସ୍ଥିତ ଚଉଖଣ୍ଡି ରୁ ବାହାରି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ସମସ୍ତେ ମଦିନା ମଇଦାନରେ ପହଞ୍ଚିବେ। ସେଠାରେ ଏକ ଧର୍ମ ସଭା ଅନୁଷ୍ଠିତ ହେବ ବୋଲି ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପୁଲିସ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି। ବିଶେଷ ସୁରକ୍ଷା କୁ ଦୃଷ୍ଟିରେ ରଖି ଆଜି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ କରାଯାଇଛି। 
Bite_3 : ହାଜି ମହମ୍ମଦ ଅବଦୁଲ ବାରି_ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି_ ଧଳା ଦାଢ଼ି Conclusion:FVO : ଭାଇଚାରାର ସହର ଭଦ୍ରକ ରେ ଇଦ-ମିଲାଦୁନ-ନବି ଅବସରରେ ମେଢ ଗୁଡିକ ସହ ମାନବ ଶୃଙ୍ଖଳ ବା କାଫେଲା ଶୋଭାଯାତ୍ରା ର ମାହୋଲ ବେଶ ନିଆରା। ଯାହାକି ଅନ୍ୟତ୍ର ବିରଳ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.