ETV Bharat / state

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ପୌରପାଳିକା ସୁଇପର ସଂଘ

author img

By

Published : Nov 7, 2020, 4:25 PM IST

ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିଲେ ମଧ୍ୟ ଜିଲ୍ଲାର ପୌରପାଳିକା ଅଧୀନରେ କାର୍ଯ୍ୟରତ ସୁଇପରଙ୍କୁ ମିଳୁନି ସେମାନଙ୍କ ଅଧିକାର । ଏଥିଲାଗି ଜିଲ୍ଲାପାଳଙ୍କୁ ଦାଖଲ କଲେ ଦାବିପତ୍ର । ଅଧିକ ପଢନ୍ତୁ...

Bhadrak municipal sweeper union filed a lawsuit to collector
ବିଭିନ୍ନ ସମସ୍ୟା ନେଇ ପୌରପାଳିକା ସୁଇପର ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ: କୋରୋନା କାଳରେ ନିଜ ଜୀବନକୁ ଖାତିର ନକରି ଜିଲ୍ଲାରେ ସୁଇପରମାନେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଇପିଏଫ ଓ ଇଏସଆଇ ବାବଦକୁ କିଛି ଅର୍ଥ ମିଳିନଥିବା ଅଭିଯୋଗ ଆସିଛି । ଏ ନେଇ ଜିଲ୍ଲା ପୌରପାଳିକା ସୁଇପର ସଂଘ ପକ୍ଷରୁ ପୌରପାଳିକା କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ମହାମାରୀ ସମୟରେ ଅତି ଜରୁରୀ ନଥିଲେ ଲୋକମାନେ ଘରୁ ବାହାରୁ ନାହାନ୍ତି । କିନ୍ତୁ ଜିଲ୍ଲାର ସୁଇପରମାନେ ନିଜ କର୍ତ୍ତବ୍ୟରୁ ବିରତି ନେଇନାହାନ୍ତି । ଏହି ସମୟରେ ମଧ୍ୟ ସେବା ଯୋଗାଇ ଆସିଛନ୍ତି ସୁଇପର । କିନ୍ତୁ ସେମାନଙ୍କୁ ସେମାନଙ୍କ ଅଧିକାର ମିଳିପାରିନାହିଁ । ପୌରପାଳିକା ଅଧୀନରେ 200 କର୍ମଚାରୀ କାର୍ଯ୍ୟ କରୁଥିଲେ ମଧ୍ୟ ଦୀର୍ଘଦିନ ହେଲା ଇପିଏଫ ଓ ଇଏସଆଇ ବାବଦରେ କୌଣସି ଟଙ୍କା ପ୍ରଦାନ କରାଯାଇ ନାହିଁ କିମ୍ଭା କୌଣସି କାଗଜପତ୍ର ଦିଆଯାଇ ନାହିଁ ବୋଲି ଅଭିଯୋଗ ସେମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଏକ ଠିକା ସଂସ୍ଥା କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ହଟିଙ୍ଗ ହାଉସ ଠିକା ସଂସ୍ଥାରେ 5 ବର୍ଷ ଧରି ସୁଇପରମାନେ କାର୍ଯ୍ୟ କରିଥିଲେ । ଏତେ ବର୍ଷ କାମ କରିବା ପରେ ମଧ୍ୟ ସେମାନଙ୍କୁ ଇପିଏଫ ଓ ଇଏସଆଇ ଟଙ୍କା ପ୍ରଦାନ କରାଯାଇନାହିଁ କିମ୍ବା ଦରମା ବୃଦ୍ଧି ହୋଇନାହିଁ ।

ତେବେ ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ସହିତ ପୁରାତନ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ଜିଲ୍ଲାର ପୌରପାଳିକାରେ ନିଯୁକ୍ତି ଦେବା ଲାଗି ସୁଇପର ମହାସଂଘ ଦାବି କରିଛି । ଯଦି ଦାବିପୂରଣ ନ କରାଯାଏ ତେବେ କାର୍ଯ୍ୟବନ୍ଦ କରିବା ସହିତ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.