ଭଦ୍ରକ: ନିଜ ଜନ୍ମମାଟିରେ ପହଞ୍ଚିଲା ସୁପରଭାଇଜରଙ୍କ ମୃତଦେହ । ବାର୍ଜ P-305 ଜାହାଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଗୋଲେଖ ସାହୁଙ୍କ ମୃତଦେହ ଶନିବାର କିସ୍ମତ ଗାଁରେ ପହଞ୍ଚିଛି ।
ସାମୁଦ୍ରିକ ବାତ୍ୟା ତାଉ’ତେ ପ୍ରଭାବରେ ମୁମ୍ବାଇ ଠାରୁ 65 କି.ମି ଦୂର ଆରବ ସାଗରରେ ଏକ ପଣ୍ୟବାହୀ ଜାହାଜ (P-305) ବୁଡିବା ଘଟଣାରେ ମାସୁ ଆସୋସିଏଟ ସଂସ୍ଥାରେ କାର୍ଯ୍ୟରତ ସୁପରଭାଇଜର ଓଡ଼ିଆ ଯୁବକ ଗୋଲେଖ ସାହୁଙ୍କର ମୃତ୍ୟୁ ହୋଇଥିଲା। ଗୋଲେଖଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ କିସ୍ମତ ଗାଁରେ। ତେବେ ଗୋଲେଖଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ପରିବାରେ ଶୋକର ଛାୟା ଖେଳିଯାଇଥିଲା। ହେଲେ ସେଠାରୁ ତାଙ୍କ ମୃତଦେହ କିପରି ଆସିବ ସେନେଇ ପରିବାର ଲୋକେ ସତ ଚେଷ୍ଟା କରିବା ପରେ ଅସମର୍ଥ ହୋଇଥିଲେ।
ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୃତ ଗୋଲେଖଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମର ଶରୀର କିସ୍ମତ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ