ETV Bharat / state

ଜୋର ଧରିଲା ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି - ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ ନ କଲେ 2018 ମସିହା ପରି ପୁଣି ଥରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

kriyanustan committee protest
kriyanustan committee protest
author img

By

Published : May 25, 2023, 9:40 AM IST

kriyanustan committee protest

ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ତେଜୁଛି ଆନ୍ଦୋଳନ । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ ନ କଲେ 2018 ମସିହା ପରି ପୁନର୍ବାର ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏଥିସହ ମେଡିକାଲ ପ୍ରତିଷ୍ଠା ପ୍ରତିଷ୍ଠା ନ ହେବା ଯାଇଁ ଆନ୍ଦୋଳନ ଜାରି ରହିବା ନେଇ ସ୍ପଷ୍ଟ କରିଛି କ୍ରିୟାନୁଷ୍ଠାନ କମିଟି ।

ଏନେଇ ତିହିଡି ଚରଷ ହାଇସ୍କୁଲ ନିକଟରୁ ତିହିଡି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରେ ଠିକ ସେହିପରି ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମଣ କରି ତିହିଡ଼ି ତହସିଲଦାରଙ୍କ ଜରିଆରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ସାଧାରଣ ନିର୍ବାଚନ 2024 ପୂର୍ବରୁ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ନୀତିଗତ ନିଷ୍ପତ୍ତି ନିଆନଗଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଚେତାବନୀ ଦିଆଯାଇଛି ।

ପ୍ରକାଶ ଥାଉକି, ଅତୀତରେ ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବହୁବାର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଛି । ହେଲେ ଭଦ୍ରକ ଜିଲ୍ଲା ବାସୀଙ୍କର ଏହି ପ୍ରମୁଖ ଦାବି ପ୍ରତି ସରକାର ଦୃଷ୍ଟି ଦେଇ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଇଚ୍ଛୁକ ରହିଥିବା ବେଳେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାକୁ ନେଇ ଏବେ ଭଦ୍ରକ ଜିଲ୍ଲାବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ବୋଲି ଜଣାପଡିଛି ।

ତେବେ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ତଥା ଦାବି ଏବେର ନୁହେଁ ବରଂ 15 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭଦ୍ରକ ଜିଲ୍ଲାବାସୀ ଏହି ଦାବି କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିକୁ ନିର୍ବାଚିତ ଲୋକ ପ୍ରତିନିଧିମାନେ ତଥା ପ୍ରଶାସନ ପକ୍ଷରୁ ଠିକ ଭାବେ ଉପସ୍ଥାପନ କରାଯାଉନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ତେଣୁ ଯଦି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ରାଜ୍ୟ ସରକାର ଯଥାଶୀଘ୍ର ଯଦି ନୀତିଗତ ନିଷ୍ପତ୍ତି ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ 2018 ମସିହା ପରି ପୁନର୍ବାର ପୁଣି ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛି ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.