ETV Bharat / state

ଭିତ୍ତିଭୂମି ବିକାଶ ଅପେକ୍ଷାରେ ଭଦ୍ରକର ହେଙ୍ଗୁପତି - ଭଦ୍ରକର ହେଙ୍ଗୁପତି ଗ୍ରାମ ସମସ୍ୟା

ମୌଳିକ ସୁବିଧାରୁ ବଞ୍ଚିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ପଞ୍ଚାୟତ ଅଧିନ ହେଙ୍ଗୁପତି ଗ୍ରାମବାସୀ । ସୁବିଧା ଯୋଗାଇଦେବାକୁ ଦେବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ

ଭିତ୍ତିଭୂମି ବିକାଶ ଅପେକ୍ଷାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭଦ୍ରକର ହେଙ୍ଗୁପତି

author img

By

Published : Dec 11, 2021, 8:45 PM IST

ଭଦ୍ରକ: ଭିତ୍ତିଭୂମିର ବିକାଶ ଅପେକ୍ଷାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ପଞ୍ଚାୟତ ଅଧିନ ହେଙ୍ଗୁପତି ଗ୍ରାମ । ଅନୁନ୍ନତ ତଥା ଅଧିକ ସଂଖ୍ୟାରେ ଅନୁସୂଚିତ ଜାତି ବର୍ଗ ଲୋକେ ବସବାସ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଗ୍ରାମର ସମସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆଦର୍ଶ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି ।

ଭିତ୍ତିଭୂମି ବିକାଶ ଅପେକ୍ଷାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭଦ୍ରକର ହେଙ୍ଗୁପତି

2017-18 ଆର୍ଥିକ ବର୍ଷରେ ମାନ୍ୟତା ପାଇଥିବା ଏହି ଗ୍ରାମରେ ନାମକୁ ମାତ୍ର ଭିତ୍ତିଭୂମିର ବିକାଶ କରାଯାଇଥିବା ଜଣାଯାଇଛି । ଏହି ଗ୍ରାମଟି 5ଟି ୱାର୍ଡକୁ ନେଇ ଗଠିତ । ଭୌଗୋଳିକ ଦୃଷ୍ଟିକୋଣରୁ ଗ୍ରାମଟି ପ୍ରାୟ 5 କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଅଧିକାଂଶ ଅଧିବାସୀଙ୍କର ଝାଟି-ମାଟି ଛପର ଘର । ରାଜ୍ୟ ସରକାରଙ୍କ ଅନୁଦାନ ତଥା ଏସିସି ଚିଠା ମୁତାବକ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ସମ୍ଭବ ହୋଇ ପାରିନାହିଁ । ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ଲାଇନ୍ ଯୋଜନା କାର୍ଯ୍ୟକାରୀ ହୋଇନ ଥିବାବେଳେ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ନାହିଁ । ଗ୍ରାମ ମଧ୍ୟରେ ସାହିକୁ ସାହି ରାସ୍ତା ସଂଯୋଗୀକରଣ ନଥିବାରୁ ଲୋକେ ଅନାୟାସରେ ଯାତାୟତ କରିବା ବଡ ମୁସ୍କିଲ ହୋଇପଡୁଛି ।

ଏଥିସହ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଏଯାଏଁ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ବାକି ରହିଲା ଶିକ୍ଷା ବ୍ୟବସ୍ଥା ତାହା ପୁରାପୁରି ଭୁଷୁଡି ପଡିଥିବା ବାରି ହୋଇପଡୁଛି । 2018-19 ଆର୍ଥିକ ବର୍ଷରେ ଆସିଥିବା 10 ଲକ୍ଷ ଟଙ୍କାର ଅନୁଦାନରେ ସ୍କୁଲକୁ ରାସ୍ତା ନିର୍ମାଣ ବାବଦରେ 5 ଲକ୍ଷ ଟଙ୍କା ଓ ପାନୀୟ ଜଳଯୋଗାଣ ପାଇଁ 5 ଲକ୍ଷ ଟଙ୍କା ଏବଂ 2019-20 ଆର୍ଥିକ ବର୍ଷରେ ଆସିଥିବା 5 ଲକ୍ଷ ଟଙ୍କାର ଅନୁଦାନରେ ସମସ୍ତ 5ଟି ୱାର୍ଡରେ 20 ଟି ଆଲୋକୀକରଣ ବ୍ୟବସ୍ଥା କରାଯାଇଛି, ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଏହି ଗ୍ରାମର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମର ମାନ୍ୟତା ପୂରଣ କରିବା ପାଇଁ ପ୍ରାୟ ଏକ କୋଟି ଟଙ୍କାର ଆବଶ୍ୟକତା ରହିଛି । ଏପରି ସ୍ଥଳେ ମାତ୍ର 15 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅନୁଦାନ ଦେଇ ସରକାର ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଗ୍ରାମର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ମୁତାବକ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.