ETV Bharat / state

ଭଦ୍ରକ ଅବକାରୀ ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

author img

By

Published : Apr 23, 2021, 9:34 PM IST

ଗଞ୍ଜେଇ ଚାଲାଣ ବେଳେ 2 ଜଣଙ୍କୁ ଗିରଫ କରିବା ସହ ଦଶ କିଲୋରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ କଲା ଭଦ୍ରକ ଅବକାରୀ ବିଭାଗ । ଅଧିକ ପଢନ୍ତୁ:

ଭଦ୍ରକ ଅବକାରୀ ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ଭଦ୍ରକ ଅବକାରୀ ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ଦଶ କିଲୋରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ସହ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଏଥି ସହ ଏକ କାରକୁ ମଧ୍ୟ ଜବତ କରାଯାଇଛି । ମିଳିଥିବା ସୂଚନାଅନୁଯାଇ କୌଣସି ଏକ ନିର୍ଦ୍ଦିଷ୍ଟ ସୂତ୍ରକୁ ଖବର ପାଇ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଜିଲ୍ଲା ଅବକାରି ବିଭାଗ ଇନ୍ସପେକ୍ଟର ଧନେଶ୍ଵର ବରାଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଲାସି ଅଭିଯାନ ଚାଲିଥିଲା।

ଏହି ସମୟରେ ଭଦ୍ରକ ଅଭିମୁଖେ ଆସୁଥିବା ଏକ କାରକୁ ତଲାସି କରାଯିବା ସମୟରେ ସେଥିରୁ ଦଶ କିଲୋରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହଁ । ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.