ETV Bharat / state

ଭଦ୍ରକ ଡବଲ ମର୍ଡର ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ମୃତକଙ୍କ ପରିବାର - crime branch

ଭଦ୍ରକ ଡବଲ ମର୍ଡର କେସ । ପୋଲିସର ନିରବତା ଓ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ମୃତ ଯୁବକଙ୍କ ପରିବାର । ଏପରିକି ଏହା ସୁଜ୍ଜିତ ହତ୍ୟା ଷଡଯନ୍ତ୍ରର ମଧ୍ୟ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 15, 2019, 11:42 PM IST

Updated : May 16, 2019, 8:52 AM IST

ଭଦ୍ରକ: ଗେଷ୍ଟ ହାଉସରୁ ମୃତ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲେ ଯୁବକଙ୍କ ପରିବାର ଲୋକ । ତେବେ ପୂର୍ବରୁ ଏହି ଘଟଣାରେ ଯୁବତୀଙ୍କ ପରିବାର ପକ୍ଷରୁ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାଯୋଗ୍ୟ, ଚଳିତ ମାସ 6 ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଗେଷ୍ଟ ହାଉସ ନଂ 107 ରୁମରୁ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବା ପରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ଯୁବତୀଙ୍କ ପରିବାର । ଯାହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଦାବି କରିଥିଲେ । ଘଟଣାର 10 ଦିନ ପରେ ପୁଣି ଥରେ ଯୁବକଙ୍କ ପରିବାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ।

ଘଟଣାଟି ସକାଳ 06.20ରେ ମୃତଦେହ ମିଳିବା ପରେ ହୋଟେଲ ପକ୍ଷରୁ ସକାଳ 9ଟା ସୁଦ୍ଧା ଅନ୍ୟ ଜଣଙ୍କୁ କିପରି ପ୍ରବେଶ କରାଗଲା ଏବଂ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ମୃତ ଯୁବକଙ୍କ ମାଆ ସୋବେଦା ଖାତୁନ ଅଭିଯୋଗ ଆଣିଛନ୍ତି ।

ଏପରିକି ପୋଲିସର ତଦନ୍ତ ପ୍ରକ୍ରିୟା ସଠିକ ଭାବେ ପରିଚାଳିତ ହେଉନଥିବାର ଅଭିଯୋଗ କରିଛନ୍ତି ଗାଁ ସର୍ଦ୍ଦାର ମୁସ୍ତାକ ଖାନ । ଘଟଣା ଘଟିବା ପରେ ତତକ୍ଷଣାତ କାହିଁକି ଗେଷ୍ଟ ହାଉସ ମାଲିକ ପୁଲିସକୁ ନଜଣାଇ ସେହି ରୁମର କବାଟ ଭାଙ୍ଗିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ହିଁ ଜରୁରୀ ବୋଲି ପରିବାରଲୋକଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶୀଷ ମହାପାତ୍ର, ଇଟିଭି ଭାରତ

SLUG : DOUBLE MURDER PRESS MEET 
FORMAT : AVB 
REPORT : DEBASIS MOHAPATRA / BHADRAK
DATE : 15.05.2019

ANCHOR : ଚଳିତ ମାସ ଛଅ ତାରିଖ ଗେଷ୍ଟ ହାଉସରୁ ଯୁବକ ଯୁବତୀ ଙ୍କ ମୃତଦେହ ଉଦ୍ଧାର ଘଟଣା। ଏନେଇ ଆଜି ଯୁବକ ଙ୍କ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରାଯାଇଛି। ଗେଷ୍ଟ ହାଉସର ଦସ୍ତାବିଜ ଅନୁଯାୟୀ, ହତ୍ୟାକାଣ୍ଡ ଘଟିଥିବା 107 ନମ୍ବର ରୁମରେ ସେଇଦିନ ସକାଳ 6.20 ରେ ମୃତ ଯୁବକ ଯୁବତୀ ପ୍ରବେଶ କରିଥିଲେ। ହେଲେ ଠିକ ସେଇଦିନ ସେଇ 107 ନମ୍ବର ରୁମରେ ସକାଳ 9.00 ଟା ସମୟରେ କିପରି ଅନ୍ୟ ଜଣେ ପ୍ରବେଶ କଲେ ବୋଲି ପ୍ରଶ୍ନ କରିଛନ୍ତି ମୃତ ଯୁବକ ଙ୍କ ମା। ତାକୁ ସଢଜନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମା ସୋବେଦା ଖାତୁନ। ତେଣୁ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବୀ କରାଯାଇଛି। ଏଥିସହ ଏହି ଘଟଣା ଘଟିବାର 10 ଦିନ ବିତି ଯାଇଥିଲେ ମଧ୍ୟ, ଏନେଇ ପୁଲିସର ତଦନ୍ତ ପ୍ରକ୍ରିୟା ସଠିକ ମାର୍ଗରେ ପରିଚାଳିତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁ ସର୍ଦ୍ଦାର ମୁସ୍ତାକ ଖାନ। ତେବେ ଏହି ଘଟଣା ଘଟିବା ପରେ, ତତକ୍ଷଣାତ କାହିଁକି ଗେଷ୍ଟ ହାଉସ ମାଲିକ ପୁଲିସ କୁ ନଜଣାଇ ସେହି 107 ନମ୍ବର ରୁମର କବାଟ ଭାଙ୍ଗିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନା କୁ ଆସିବା ସହ ପ୍ରକୃତ ଦୋଷୀ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ତଥା ଗ୍ରାମବାସୀ। 
Bite _1_ ସୋବେଦା ଖାତୁନ_ ମାଆ 
Bite _2_ ମୁସ୍ତାକ ଖାନ_ ଗାଁ ସର୍ଦ୍ଦାର 
Mojo ରେ ଭିଜୁଆଲ ଏବଂ ବାଇଟ ଯାଇଛି।
Last Updated : May 16, 2019, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.