ETV Bharat / state

ଜାତୀୟ କବିଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ପାଇଁ କଂଗ୍ରେସର ଧାରଣ - ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉଚ୍ଛେଦ

ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଓ ଉଠା ଦୋକାନୀଙ୍କ ଥଇଥାନ ଦାବି କରି କଂଗ୍ରେସ ପକ୍ଷରୁ ସୋମବାର ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।

bhadrak district congress on protest, bhadrak latest news, national poet banchanidhi mohanty, ଭଦ୍ରକରେ କଂଗ୍ରେସର ପ୍ରତିବାଦ, ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉଚ୍ଛେଦ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌
ଜାତୀୟ କବିଙ୍କ ପ୍ରତିମୂର୍ତ୍ତୀ ପୁନଃସ୍ଥାପନ ପାଇଁ କଂଗ୍ରେସର ଧାରଣ
author img

By

Published : Jul 28, 2020, 2:33 AM IST

ଭଦ୍ରକ: ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଓ ଉଠା ଦୋକାନୀଙ୍କ ଥଇଥାନ ଦାବି କରି କଂଗ୍ରେସ ପକ୍ଷରୁ ସୋମବାର ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ବାସୁଦେବପୁର ବଜାର ସମ୍ପ୍ରସାରଣ ନାମରେ ଅଟଳ ବିହାରୀ ହାଇସ୍କୁଲ ଛକ ପାଖରେ ଥିବା ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପୂଜ୍ୟପୂଜା ପ୍ରତି ଅସମ୍ମାନ ବୋଲି ଅଭିଯୋଗ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ତେବେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତୁରନ୍ତ ପ୍ରତିଷ୍ଠା କରିବା ସହ ଉଚ୍ଛେଦ କରାଯାଇଥିବା ସମସ୍ତ ଉଠା ଦୋକାନୀମାନଙ୍କୁ ତୁରନ୍ତ ଥଇଥାନ ଦାବି କରିଛି ଜିଲ୍ଲା କଂଗ୍ରେସ । ଏନେଇ ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ବରେ ବାସୁଦେବପୁର ତହସିଲ ଫାଟକ ସମ୍ମୁଖରେ ଦଳ ପକ୍ଷରୁ ସମାଜିକ ଦୂରତା ଅବଲମ୍ବନ କରାଯାଇ ଧାରଣା ଦିଆଯାଇଥିଲା ।

ଏଥିସହ ଏନେଇ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଭଦ୍ରକ ଜିଲ୍ଲାପାଳଙ୍କg ପ୍ରଦାନ କରାଯାଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.