ETV Bharat / state

ସରକାରୀ ଜମିରେ ଜବର ଦଖଲ ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର - ଉଚ୍ଛେଦ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ସରକାରୀ ଜମିରେ ଥିବା ଜବର ଦଖଲ ଉଚ୍ଛେଦକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ( congress memorandum to collector on eviction issue ) । ଅଧିକ ପଢନ୍ତୁ

congress give memorandum to collector
ଉଚ୍ଛେଦ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Dec 28, 2022, 12:26 PM IST

ଉଚ୍ଛେଦ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ: ଜିଲ୍ଲା ପୌରପାଳିକା ଅନ୍ତର୍ଗତ କଚେରୀ ବଜାର ମୋଚିପଟି ଛକରୁ ମା ଭଦ୍ରକାଳୀ ପର୍ଯ୍ୟନ୍ତ ରାସ୍ତାର ଜବରଦଖଲ ଉଚ୍ଛେଦ ଦାବି କରି ଜିଲ୍ଲାପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଚେରୀ ବଜାର ମୋଚି ଛକରୁ ନଂଗାମହଲ୍ଲା, ଶଙ୍କରପୁର, ପୁରୁଣା ବଜାର, ବାଙ୍କା ବଜାର, ସଙ୍ଗତ ଛକଠାରୁ ଗୁଜିଦରଡ଼ା ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଓ ସ୍ଥାୟୀ ନିର୍ମାଣ ପାଇଁ ଇତି ମଧ୍ୟରେ ବିଭାଗୀୟ ଟେଣ୍ଡର ଆହ୍ବାନ କରାଯାଇଛି । ଭଦ୍ରକ କଂଗ୍ରେସ ପକ୍ଷରୁ ଏହାକୁ ସ୍ଵାଗତ କରାଯିବା ସହ ରାସ୍ତା ପାର୍ଶ୍ଵରୁ ଜବର ଦଖଲ ଉଚ୍ଛେଦ ଲାଗି ଦାବି କରାଯାଇଛି ( congress memorandum to collector on eviction issue ) ।

କଂଗ୍ରେସ ଦଳ ପକ୍ଷରୁ ଦର୍ଶାଯାଇଛି ଯେ, ଏହି ରାସ୍ତାର ପୁନରୁଦ୍ଧାର ହେଲେ ପୌରପାଳିକାର 30ଟି ୱାର୍ଡ ମଧ୍ୟରୁ 15ଟି ୱାର୍ଡ଼ର 60 ହଜାରରୁ ଊର୍ଦ୍ଧ୍ବ ଓ ଗୁଜିଦାରଡ଼ା, ଖଣ୍ଡପଡ଼ା, ବେନ୍ତାଳ ପଞ୍ଚାୟତର 40 ହଜାରରୁ ଅଧିକ ବାସିନ୍ଦା ଉପକୃତ ହେବେ । ତେବେ ପୂର୍ବରୁ ଏହି ରାସ୍ତା ନିର୍ମାଣ ପାଇଁ 2018 ଅଗଷ୍ଟ 1 ତାରିଖରେ କଂଗ୍ରେସ ପକ୍ଷରୁ ହଳଦୀଡିହ ବାଇପାସଠାରେ ରାସ୍ତାରୋକ କରାଯାଇଥିଲା । ପରେ 2018 ସେପ୍ଟେମ୍ବରରେ ଉକ୍ତ ରାସ୍ତାର ନିର୍ମାଣ ପାଇଁ 5 କୋଟି 20 ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ହେଲେ ଇତିମଧ୍ୟରେ 4 ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଚଳିତ ବର୍ଷ ଜୁଲାଇ 13ରେ ଭଦ୍ରକ କଂଗ୍ରେସ ପକ୍ଷରୁ ପୁରୁଣା ବଜାର ତିନି ଛକିରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।

ଏହା ବି ପଢନ୍ତୁ...ଧାନମଣ୍ଡିରେ ଚାଷୀଙ୍କୁ ମାଡ ମାରିଲେ ପ୍ୟାକ୍ସ ସମ୍ପାଦକ, ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଙ୍ଗଠନ

ଏବେ ବିଳମ୍ବରେ ହେଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ ସାନି ଟେଣ୍ଡର ଆହ୍ଵାନ କରାଯାଇଛି । ଯାହା ସ୍ଵାଗତ ଯୋଗ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେବେ ନିର୍ମାଣ ପୂର୍ବରୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସରକାରୀ ଜମିରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ଦଳ ଦାବି କରିବା ସହ ଏହାକୁ ନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.