ETV Bharat / state

ଅବହେଳିତ ପ୍ରବାସୀ ଓଡିଆ

author img

By

Published : May 3, 2020, 7:44 PM IST

ପ୍ରବାସୀ ଓଡ଼ିଆଙ୍କ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ଅବହେଳା । ପୋଲିସ ସାହାଯ୍ୟ କରିବା ପରିବର୍ତ୍ତେ ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ଧରି ଅଟକାଇଲେ । ଅଧିକ ପଢନ୍ତୁ....

Bhadrak district administration Neglected to the migrant
ଅବହେଳିତ ପ୍ରବାସୀ ଓଡିଆ

ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ଅବହେଳା । ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ପ୍ରତି ସମସ୍ତ ସହାନୁଭୂତି ଦେଖାଇବା ସହ ଜ଼ିଲ୍ଲାରେ ପହଞ୍ଚିବା କ୍ଷଣି ସମସ୍ତଙ୍କୁ ନିଜନିଜ ଅଞ୍ଚଳରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ସେଥିପ୍ରତି ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହୋଇଛି । ଯାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ଛକଠାରେ ।

ଅବହେଳିତ ପ୍ରବାସୀ ଓଡିଆ

ସୁରାଟରୁ କିଛି ପ୍ରବାସୀ ଓଡ଼ିଆ, ସେମାନଙ୍କ ନାମ ପଞ୍ଜୀକରଣ କରିବା ପରେ, ସେମାନଙ୍କ ଖର୍ଚ୍ଚରେ ରବିବାର ସକାଳେ ମଙ୍ଗୁଳି ଠାରେ ପହଞ୍ଚି ଥିଲେ। ସେଠାରୁ ଚାଲିଚାଲି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନପାଇ ସେମାନେ ନିଜ ନିଜ ଘରକୁ ଯାଉଥିଲେ । ତେବେ ସେମାନଙ୍କୁ ବନ୍ତ ଛକ ଠାରେ ପୋଲିସ ଦୀର୍ଘ ସମୟ ଧରି ଅଟକାଇଥିଲେ।

ହେଲେ ସେମାନଙ୍କୁ ଛାଡ଼ିବା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲା । ବନ୍ତ ଛକ ଓଭର ବ୍ରିଜ ତଳେ ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ହେବ ଏହି ପ୍ରବାସୀ ଓଡ଼ିଆ ମାନେ ଭୋକ ଉପାସରେ ପଡି ରହିଥିବାର ଚିତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିବା ସହ ଜିଲ୍ଲା ପ୍ରଶାସନର ତତ୍ପରତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.