ETV Bharat / state

ଲକଡାଉନ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଅପଡେଟ

author img

By

Published : Jul 19, 2020, 8:17 PM IST

କୋରୋନା ସଂକ୍ରମଣ ରୋକିବା ପାଇଁ ପୁଣି ପୁନଃ ଲକଡାଉନ । ଲକଡାଉନ କଟକଣା ମଧ୍ୟରେ ସକାଳ 5ଟାରୁ ଦିନ 1ଟା ପର୍ଯ୍ୟନ୍ତ ଖୋଲା ରହିବ କେତେକ ନିର୍ଦ୍ଦିଷ୍ଟ ସେବା ଓ ଦୋକାନ ବଜାର । ସେହିପରି ଦିନ 2ଟାରୁ ସକାଳ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।

Bhadrak collector update on lockdown
ଲକଡାଉନ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଅପଡେଟ

ଭଦ୍ରକ: କୋରୋନା ସଂକ୍ରମଣ ରୋକିବା ପାଇଁ ପୁଣି ପୁନଃ ଲକଡାଉନ । ଭଦ୍ରକ ଜିଲ୍ଲାର ଭଦ୍ରକ ପୌରପାଳିକା, ନିକଟବର୍ତ୍ତୀ ପଞ୍ଚାୟତ ଓ ଧାମନଗର ଏନଏସିରେ ଲକଡାଉନ ଘୋଷଣା ହୋଇଛି । ରବିବାର ସୁଦ୍ଧା 13,718 ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ 323 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 296 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ 27ଟି ଆକ୍ଟିଭ ଏବଂ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପୁନଃ ଲକଡାଉ ନିଷ୍ପତ୍ତି ନେଇଛି । ଲକଡାଉନ କଟକଣା ମଧ୍ୟରେ ସକାଳ 5ଟାରୁ ଦିନ 1ଟା ପର୍ଯ୍ୟନ୍ତ ଖୋଲା ରହିବ କେତେକ ନିର୍ଦ୍ଦିଷ୍ଟ ସେବା ଓ ଦୋକାନ ବଜାର । ସେହିପରି ଦିନ 2ଟାରୁ ସକାଳ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଏହି ସମୟ ପରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଖୋଲା ରହିବ ସେମାନଙ୍କ ଦୋକାନ ବା ଅନୁଷ୍ଠାନକୁ 7 ଦିନ ପାଇଁ ସିଲ କରାଯିବା ସହ ଜୋରିମାନା ଲଗାଯିବ ।

ଲକଡାଉନ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଅପଡେଟ

ସେପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପାଟ୍ରୋଲିଂ ଓ ଏନଫୋର୍ସମେଣ୍ଟକୁ ଜୋରଦାର କରାଯିବ । ଅମାନିଆଙ୍କ ପାଇଁ ଫାଇନ ଆଦାୟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକଡାଉନ ସତ୍ତ୍ବେ ବଳବତ୍ତର ରହିବ ସାପ୍ତାହିକ ସଟଡାଉନ । ସପ୍ତାହର ଶନିବାର ଓ ରବିବାର କଟକଣା ଜାରି ରହିବ । ଜୁଲାଇ ମାସ 31 ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଏହି ସମୟ ମଧ୍ୟରେ ସାନିଟାଇଜେସନ ସହ ଆଣ୍ଟିଜେନ ଟେଷ୍ଟକୁ ଜୋରଦାର କରାଯିବ ସହ ଆଗ୍ରେସିଭ ସର୍ଭେଲାନ୍ସ କରାଯିବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.