ETV Bharat / state

ଲାଞ୍ଚ ଦେଲେ ମିଳିବ ମୃତ୍ୟୁ ପ୍ରମାଣ ପତ୍ର !

ଭଦ୍ରକ ଚାନ୍ଦବାଲି ମେଡିକାଲରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ କାରବାର । ବେସରକାରୀ ଲୋକଙ୍କୁ ସରକାରୀ ଅଫିସରେ ବର୍ଷବର୍ଷ ହେଲା ବସାଇ ତାଙ୍କୁ ହାତବାରିସି କରି ସରକାରୀ ବାବୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମେଡିକାଲରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଛନ୍ତି 500 ଟଙ୍କା

author img

By

Published : Oct 7, 2021, 10:45 AM IST

ଭଦ୍ରକ: ଚାନ୍ଦବାଲି ମେଡିକାଲରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ କାରବାର । ବେସରକାରୀ ଲୋକଙ୍କୁ ସରକାରୀ ଅଫିସରେ ବର୍ଷବର୍ଷ ହେଲା ବସାଇ ତାଙ୍କୁ ହାତବାରିସ୍ କରି ସରକାରୀ ବାବୁ ନେଉଛନ୍ତି ଲାଞ୍ଚ । ଗୋଟିଏ ମୃତ୍ୟୁ ପ୍ରମାଣପତ୍ର ପାଇଁ ଦେବାକୁ ପଡୁଛି 500 ଟଙ୍କା । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ।

ମେଡିକାଲରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଛନ୍ତି 500 ଟଙ୍କା

ସୂଚନାମୁତାବକ, ସ୍ଥାନୀୟ ସୁନ୍ଦରପୁର ଗାଁର ଗଣେଶ ସାହୁଙ୍କ ପିତା ଗଙ୍ଗାଧର ସାହୁ ବର୍ଷେ ତଳେ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କ ପୁଅ ଆଜକୁ 6 ମାସ ହେଲାଣି ମୃତ୍ୟୁ ପ୍ରମାଣପତ୍ର ପାଇଁ ଚାନ୍ଦବାଲି ମେଡିକାଲକୁ ଦୌଡୁଛନ୍ତି । ହେଲେ କେତେବେଳେ ସାଇଟ ବନ୍ଦ ତ କେତେବେଳେ ଉପର ଅଫିସର ନାହାଁନ୍ତି, ଏମିତି କହି ସମୟ ଗଡାଇ ଚାଲିଛନ୍ତି । ଶେଷରେ 500 ଟଙ୍କା ଦେଲେ କାମ ହୋଇଯିବ ବୋଲି କହିବା ପରେ ଅଫିସରେ ଥିବା କର୍ମଚାରୀଙ୍କୁ 500 ଟଙ୍କା ଦେଇଥିଲେ ଗଣେଶ ।

ଆଉ କିଛି ସମୟ ଭିତରେ ପ୍ରମାଣପତ୍ର ବି ମିଳିଯାଇଥିଲା । ତେବେ ପ୍ରମାଣପତ୍ର ପାଇବା ପରେ, କାହିଁକି ଟଙ୍କା ନେଲ ଟଙ୍କା ଫେରାଓ ବୋଲି ଜିଦ୍ କରି ବେସରକାରୀ କର୍ମଚାରୀକୁ ଟଣାଓଟରା କରିଥିଲେ। ହେଲେ ସେ ମେଡିକାଲରେ କୌଣସି ପଦପଦବୀରେ ନାହାନ୍ତି ଏବଂ ଅଫିସର ନଥିବା ବେଳେ ଯାହାଠୁ ପଇସା ନେଇଛୁ ତା କାମ କରିଛୁ ବୋଲି କହିଛନ୍ତି ବେସରକାରୀ କର୍ମଚାରୀ।

ତେବେ ବେସରକାରୀ ଲୋକକୁ କିଏ ବର୍ଷବର୍ଷ ହେଲା ଅଫିସରେ ବେଆଇନ ଭାବେ କାର୍ଯ୍ୟ କରିବାକୁ କହିଛି, ତାହା ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଲୋକେ। ଅନ୍ୟ ପକ୍ଷରେ ମେଡିକାଲ ପକ୍ଷରୁ କେହିବି ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.