ଭଦ୍ରକ: ଗତକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ବିଭାଗର କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ଯାଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ଅମଲାମାନେ ଲେବେଲ-୪ ମାନ୍ୟତାର କର୍ମଚାରୀ ଭାବେ ଥିବା ବେଳେ ଲେବୁଲ ୯ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଆରମ୍ଭ କରିଛି। । ୩୦ଟି ଜିଲ୍ଲାର ୩୦ ହଜାରରୁ ଊର୍ଦ୍ଧ୍ବ ଅମଲା ଏହି ସମୂହ ଛୁଟିରେ ସାମିଲ ହୋଇଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ, ବ୍ଲକ ଅଫିସ ଭଳି ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି । ଅନ୍ୟପଟେ ସରକାରୀ କାର୍ଯ୍ୟ କ୍ଷେତ୍ରରେ ଯଦି କୌଣସି ଅଚଳାବସ୍ଥା ସୃଷ୍ଟି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ସମୂହ ଛୁଟିରେ ଥିବା 40ରୁ ଊର୍ଦ୍ଧ୍ବ ବିଭାଗର ସରକାରୀ କର୍ମଚାରୀଙ୍କ ନେତୃତ୍ଵ ।
ସୂଚନା ମୁତାବକ , ଦେଶ ସ୍ୱାଧୀନ ହେବା ପରେ ଗଣତାନ୍ତ୍ରିକ ରାଷ୍ଟ୍ରର ବିଧିବ୍ୟବସ୍ଥା ଅନୁଯାୟୀ ସରକାର ଗଠନ ହେଲା। ସରକାରଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟ ଗଠିତ ହୋଇ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଅନେକ ସରକାରୀ କର୍ମଚାରୀ ନିଯୁକ୍ତି ହେଲେ । ତେଣୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ବେତନ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ପରବର୍ତ୍ତୀ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯାହାକି କିଛି ବିଭାଗରେ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବା ସହ ସରକାରୀ କର୍ମଚାରୀ ମାନଙ୍କ ବେତନ ମଧ୍ୟ ବୃଦ୍ଧି କରାଯାଇଥିଲା ।
ହେଲେ କିଛି ବିଭାଗରେ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯାଇଥିଲେ ମଧ୍ୟ ସରକାରୀ କର୍ମଚାରୀ ମାନଙ୍କ ବେତନ ବୃଦ୍ଧି କରାଯାଇନଥିଲା। ଯାହାକୁ ନେଇ ଅବହେଳିତ ହୋଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା । ତେଣୁ ସମାନ ଶିକ୍ଷାଗତ ଯୋଗ୍ୟତା ମାନଙ୍କୁ ସମାନ ବେତନ ପ୍ରଦାନ କରିବା ପାଇଁ ଅବହେଳିତ ସରକାରୀ କର୍ମଚାରୀ ମାନେ ସରକାରଙ୍କୁ ଦାବି କରିଥିଲେ । ହେଲେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଧିରେ ଧିରେ ଅବହେଳିତ ସରକାରୀ କର୍ମଚାରୀ ମାନଙ୍କ ଅସନ୍ତୋଷ ବଢିବା ସହିତ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ।
2017 ମସିହାରେ ଏହା ତୀବ୍ର ରୂପ ଧାରଣ କରିଥିଲା । ସେତେବେଳେ ସରକାର ସେମାନଙ୍କ ଦାବି ଯଥାର୍ଥ୍ୟ ଏବଂ ଏହା ଖୁବ ଶୀଘ୍ର ପୂରଣ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା ରୂପାୟିତ ହୋଇନଥିଲା । ଏଥିସହ କୋରୋନା ମହାମାରୀ ହେବା ଯୋଗୁଁ ଏହି ଅବହେଳିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଦାବି ଏକ ପ୍ରକାର ଫାଇଲ ତଳେ ରହି ଯାଇଥିଲା । ତେବେ ପୁନର୍ବାର ଏନେଇ ଦାବି ଜୋର ଧରିବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟରେ କାର୍ଯ୍ୟରତ ପ୍ରାୟ 40ଟି ବିଭାଗର ସରକାରୀ କର୍ମଚାରୀ ମାନେ 2023 ମସିହା ମଇ ମାସ 21 ତାରିଖ ସୁଦ୍ଧା ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ସରକାର ସେମାନଙ୍କ ଦାବି ପୂରଣ ନ କରିବାରୁ ଅସନ୍ତୋଷ ପ୍ରକାଶ କରି ମେ ମାସ 22 ତାରିଖରୁ ମେ ମାସ 31 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରିଥିଲେ । ଯାହାର ପ୍ରଭାବ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ବ୍ଲକରେ ଦେଖିବାକୁ ମିଳିଥିଲା । ହେଲେ ଏହା ସତ୍ତ୍ବେ ସେମାନଙ୍କ ଦାବି ପୂରଣ ନ ହେବାରୁ ଗତକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିଛନ୍ତି ସରକାରୀ କର୍ମଚାରୀ।
ପ୍ରକାଶ ଥାଉକି, ରାଜ୍ୟ ସରକାର 2017 ମସିହା ଠାରୁ ଜିଲ୍ଲା ସ୍ତରୀୟ ସରକାରୀ କର୍ମଚାରୀ ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ଆହରଣ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି । ତେଣୁ ପ୍ରାରମ୍ଭିକ ସ୍ତରରେ 9,300 ଗ୍ରେଡ ପେ ଏବଂ ନବମ ଗ୍ରେଡ ପେ 4,200 କରିବା ପାଇଁ ଏବେ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ବାଧ୍ଯ ହେଲେ ବୋଲି କହିଛନ୍ତି ଅବହେଳିତ ହୋଇଥିବା ସରକାରୀ କର୍ମଚାରୀ । ଏନେଇ ଗତକାଲି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଜିଲ୍ଲା ସ୍ତରୀୟ ଅବହେଳିତ ହୋଉଥିବା ସରକାରୀ କର୍ମଚାରୀମାନେ ଧାରଣାରେ ବସିଥିଲେ। ଯାହାକି ସେମାନଙ୍କ ନାର୍ଯ୍ୟ ଦାବି ହାସଲ କରିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ଭଦ୍ରକ