ଭଦ୍ରକ: ଜିଲ୍ଲା ଚାନ୍ଦବାଲି ଥାନା ଅଧିକାରଣୀ ପ୍ରଜ୍ଞା ମାହାନ୍ତିଙ୍କ ମାତ୍ରାଧିକ କାର୍ଯ୍ୟ ପ୍ରତିବାଦରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଚାନ୍ଦବାଲି ଥାନା ଅଧିକାରୀଣୀ ପ୍ରଜ୍ଞା ମହାନ୍ତିଙ୍କ ମାତ୍ରଧିକ କାର୍ଯ୍ୟ ପ୍ରତିବାଦରେ ସ୍ୱର ଉଠାଇଛି ଚାନ୍ଦବାଲି ବ୍ଲକ ବିଜେପି। କିଛି ଦିନ ହେବ ଚାନ୍ଦବାଲି ବ୍ଲକର ଆଇନ ଶଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ଏବଂ ସାଧାରଣ ଲୋକଙ୍କ ଉପରେ ପୋଲିସ ଜୁଲୁମ କରୁଥିବା ଅଭିଯୋଗ କରୁଥିବା ବିଜେପିର ଜିଲ୍ଲା କାର୍ଯ୍ୟକର୍ତା ଶଶିକାନ୍ତ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଶାସକ ଦଳର ହାତ ବାରିଷି ସାଜି ଚାନ୍ଦବାଲି ପୋଲିସ ବିଜେପି ନେତାଙ୍କ ଉପରେ ଜୁଲୂମ କରୁଛି ବୋଲି ଅଭିଯୋଗ ହୋଇଛି। ଖବର ଅନୁଯାୟୀ ଉତୁକୁଡ଼ା ପଞ୍ଚାୟତ ବୁଡ଼ୁଜାଲ ଗ୍ରାମରେ ଚଳିତ ମାସ ହୋଇଥିବା ଗୋଷ୍ଟି ସଂଘର୍ଷରେ ବିଜେପି ଦଳର ନେତାଙ୍କୁ ପକ୍ଷ କରି ମିଥ୍ୟ ମାମାଲ ରୁଜୁ କରିଛନ୍ତି। ଯାହାକୁ ନେଇ ଚାନ୍ଦବାଲି ବିଜେପି ମଣ୍ଡଳ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯିବା ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଥାନା ଅଧିକାରଣୀ ପ୍ରଜ୍ଞା ମାହାନ୍ତିଙ୍କ ବଦଳି ଦାବି କରିଛି ଦଳ। ଏଥିସହ ଏହି ଗୋଷ୍ଟୀ ସଂଘର୍ଷରେ ପୋଲିିସ ସଠିକ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ନ ହେଲେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲେଇବୁ ବୋଲି ଚେତାବନି ଦେଇଛନ୍ତି ଦଳର ଜିଲ୍ଲା କାର୍ଯ୍ୟକର୍ତ୍ତା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ