ଭଦ୍ରକ: ରାଜନେତାଙ୍କ ଦଳ ଡିଆଁ ପର୍ବ । ଟିକେଟ ନମିଳିବାରୁ ବିଜେଡି ଛାଡି କଂଗ୍ରେସର ହାତ ଧରିଲେ ଭଦ୍ରକର ନାରୀ ନେତ୍ରୀ ଅମିତାବାଳା ଆଚାର୍ଯ୍ୟ । ବିଜେଡ଼ି ଦଳରେ କମିଟି ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଆଜି ସେ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳ ଜିଲ୍ଲାର ବିକାଶ କାର୍ଯ୍ୟ କରୁନଥିବା ଓ ତାଙ୍କୁ ଅଣଦେଖା କରୁଥିବାରୁ ସେ ବିଜେଡି ଛାଡି କଂଗ୍ରେସରେ ମିଶିଥିବା କହିଛନ୍ତି ।
ଅନ୍ୟ ପକ୍ଷରେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେଉଥିବା ବେଳେ ସେ ବିଜେଡି ଦଳୀୟ ଟିକେଟ ଆଶାୟୀ ମଧ୍ୟ ଥିଲେ । କିନ୍ତୁ ଦଳର ଅବହେଳା ଯୋଗୁଁ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ପୌର ନିର୍ବାଚନରେ ପୌରାଧ୍ୟକ୍ଷା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ପୌରଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ମୈଦାନକୁ ଓଲ୍ଲାଇ ପାରନ୍ତି ବୋଲି ସୂଚନା ମିଳୁଛି । ତେବେ କଂଗ୍ରେସ ଦଳ ଏହି ମିଶ୍ରଣ କରି ଆଗାମୀ ପୌର ନିର୍ବାଚନରେ ଭଲ ରେଜଲ୍ଟ କରିବ ବୋଲି ଆଶା ରଖିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ