ETV Bharat / state

ଭଦ୍ରକ ବିଜୁ ଯୁବ ଜନତା ଦଳର ଉପସଭାପତିଙ୍କୁ ଦଳରୁ ବହିଷ୍କାର - ଭଦ୍ରକ ବିଜୁ ଯୁବ ଜନତା ଦଳର ଉପସଭାପତିଙ୍କୁ ବହିଷ୍କାର

ରାତି ପାହିଲେ ଭଦ୍ରକ ବ୍ଲକ ଅନ୍ତର୍ଗତ 36ଟି ପଞ୍ଚାୟତରେ ମତଦାନ ହେବ । ହେଲେ ଭଦ୍ରକ ବିଜେଡିରେ ବିବାଦ ଥମିବାର ନାଁ ଧରୁନି । ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି । ଅଧିକ ପଢନ୍ତୁ

ଭଦ୍ରକ ବିଜୁ ଯୁବ ଜନତା ଦଳର ଉପସଭାପତିଙ୍କୁ ଦଳରୁ ବହିଷ୍କାର

author img

By

Published : Feb 14, 2022, 10:24 PM IST

Updated : Feb 14, 2022, 10:38 PM IST

ଭଦ୍ରକ: ରାତି ପାହିଲେ ଭଦ୍ରକ ବ୍ଲକ ଅନ୍ତର୍ଗତ 36ଟି ପଞ୍ଚାୟତରେ ମତଦାନ ହେବ । ହେଲେ ଭଦ୍ରକ ବିଜେଡିରେ ବିବାଦ ଥମିବାର ନାଁ ଧରୁନି । ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି ।

ଭଦ୍ରକ ବିଜୁ ଯୁବ ଜନତା ଦଳର ଉପସଭାପତିଙ୍କୁ ଦଳରୁ ବହିଷ୍କାର
ଭଦ୍ରକ ବିଜୁ ଯୁବ ଜନତା ଦଳର ଉପସଭାପତିଙ୍କୁ ଦଳରୁ ବହିଷ୍କାର

ତେବେ ପ୍ରାର୍ଥୀ ଚୟନ ପର ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ଦୈସିଂ ପଞ୍ଚାୟତରେ, ଆଜି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଭଦ୍ରକ ବିଜୁ ଯୁବ ଜନତା ଦଳର ବ୍ଲକ ଉପସଭାପତି ସୌମେନ୍ଦ୍ର ସାହୁଙ୍କୁ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଭଦ୍ରକ ବ୍ଲକ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ।

ମାତ୍ର ବିଜୁ ଯୁବ ଜନତା ଦଳର ଭଦ୍ରକ ବ୍ଲକ ସଭାପତି ମହମ୍ମଦ ଫରହତ ଆଲମ ଖାଁ ଜାରି କରିଥିବା ପ୍ରେସ୍ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ ତାଙ୍କୁ କାହିଁକି କୌଣସି କାରଣ ଦର୍ଶାଅ ନୋଟିସ୍ ଜାରି କରିନାହାନ୍ତି ବୋଲି ଏକ ପ୍ରେସ୍ ବିବୃତିରେ ପ୍ରଶ୍ନ କରିଛନ୍ତି ସୌମେନ୍ଦ୍ର । ଯାହାକି ମତଦାନ ପୂର୍ବରୁ ଏବେ ବିଜେଡି ଦଳୀୟ କନ୍ଦଳ ପାଦରେ ପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 14, 2022, 10:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.