ଭଦ୍ରକ: ରାଜ୍ୟରେ ଅନେକ ଜିଲ୍ଲାର ମଣ୍ଡିରେ ଲାଗି ରହିଛି ସମସ୍ୟା । ଧାନ ବିକ୍ରି କରିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଧାନ ବିକ୍ରି ନ କରି ପାରି ଖରା ଶୀତରେ ନିଜର ବସ୍ତାବସ୍ତା ଧାନକୁ ଜଗି ରହିଛି ଚାଷୀ । ଭଦ୍ରକ ଜିଲ୍ଲା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ।
ଜିଲ୍ଲା ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ ବିକ୍ରି କରିବାକୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଟୋକନର ତାରିଖ ଅନୁସାରେ ଧାନ ବିକ୍ରି କରି ପାରୁନି ଚାଷୀ । କିଲୋ ପିଛା ଧାନରେ କଟନୀ ଛଟନୀ ମଧ୍ୟ କରାଯାଉଛି ।
ମଣ୍ଡିରେ ହଲାଲଙ୍କ ଦାଦାଗିରି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ହାତରେ ଟୋକନ ଥାଇ ବି ଧାନ ବିକ୍ରି କରିପାରୁନି ଚାଷୀ । ଏହାର ଅଭିଯୋଗ କରି ଆଜି ରାସ୍ତାରେ ଧାନ ରଖି ଭଦ୍ରକ ଆନନ୍ଦପୁର 53 ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ। ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ରାସ୍ତାରେ ଗାଡି ଅଟକି ରହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ