ETV Bharat / state

PDS ଚାଉଳ ବଣ୍ଟନରେ ଅନିୟମିତତା, ହିତାଧିକାରୀଙ୍କ ପ୍ରତିବାଦ - ଚାଉଳ ବଣ୍ଟନରେ ଅନିୟମିତତା ଯୋଗୁଁ ପ୍ରତିବାଦ

ସରକାରଙ୍କ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ହିତାଧିକାରୀମାନଙ୍କୁ ରାସନ ଚାଉଳ ପ୍ରଦାନରେ ଅହେତୁକ ବିଳମ୍ବ ତଥା ଅନିୟମିତତାକୁ ନେଇ ବିବାଦ । ଅଧିକ ପଢନ୍ତୁ

pds rice irregularities
pds rice irregularities
author img

By

Published : May 29, 2023, 9:10 AM IST

pds rice irregularities

ଭଦ୍ରକ: ଗରିବ ଲୋକଙ୍କ ପାଇଁ ଆସୁଥିବା PDS ଚାଉଳ ବଣ୍ଟନରେ ଅନିୟମିତତା ଯୋଗୁଁ ତାତିଲେ ଉପଭୋକ୍ତା । ପଞ୍ଚାୟତ ତଥା ବିଭାଗୀୟ ପ୍ରଶାସନକୁ ଦାୟୀ କରି ରାଜ ରାସ୍ତାରେ କଲେ ପ୍ରତିବାଦ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ ଠାରେ । ତେବେ ଏନେଇ ପୋଲିସ ପକ୍ଷରୁ ହସ୍ତକ୍ଷେପ ତଥା ବୁଝାସୁଝା କରାଯିବା ପରେ ଘଟଣାର ସମାଧାନ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଖାଉଟି ହିତାଧିକାରୀ ମାନଙ୍କ ପାଇଁ ଏପ୍ରିଲ, ମଇ ଏବଂ ଜୁନ ମାସର ମାଗଣା ଆସିଥିବା ଚାଉଳ ପ୍ରଦାନ କରିବାରେ ପଞ୍ଚାୟତ ପ୍ରଶାସନ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ତେବେ କିଛି ହିତାଧିକାରୀଙ୍କୁ ଏହି ଚାଉଳ ପ୍ରଦାନ କରାଯାଇଥିବା ବେଳେ ସାନ୍ତରାପୁର ବାଲିପାଳ ଏବଂ ନନ୍ଦପୁର ମୁସଲମାନ ସାହିର ଖାଉଟି ଉପଭୋକ୍ତା ମାନଙ୍କ ଆଇ ସ୍କାନ କରାଯାଇଥିଲେ ମଧ୍ୟ ସେମାନଙ୍କ ଚାଉଳ ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟକୁ ଉପଭୋକ୍ତା ମାନେ ଦୌଡି ଦୌଡି ନୟାନ୍ତ ହେଲେଣି । ତିନି ମାସର ଚାଉଳ ମଧ୍ୟରୁ ଏକ ମାସର ଚାଉଳ ଦେବା ଲାଗି ପଞ୍ଚାୟତ ପ୍ରଶାସନ ପକ୍ଷରୁ ସକାଳେ କୁହାଯାଇଥିଲା । ଯାହାକୁ ନେଇ ଖାଉଟି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଉତ୍ୟକ୍ତ ଉପଭୋକ୍ତା ମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବସି ପ୍ରତିବାଦ କରିଥିଲେ । ଫଳରେ ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଯାନ ବାହାନ ଚଳାଚଳ ବନ୍ଦ ହୋଇଯିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।

ତେବେ ଏନେଇ ଖବର ପାଇ ତିହିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପ୍ରଥମେ କୌଣସି ସମାଧାନ ହୋଇ ପାରି ନଥିଲା । ଶେଷରେ ପଞ୍ଚାୟତ ପକ୍ଷରୁ ଏକା ସଙ୍ଗେ ତିନି ମାସର ଚାଉଳ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ତେବେ ଗତ ନିର୍ବାଚନ ପରେ ଏପରି ଘଟଣା ବାରମ୍ବାର ପଦାକୁ ଆସୁଛି ।

ପଞ୍ଚାୟତ ହାତରେ ଖାଉଟି ବଣ୍ଟନ ଦାୟିତ୍ୱ ରହିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଜନ ପ୍ରତିନିଧି ମାନେ ମନମୁଖି କାର୍ଯ୍ୟ ଚଳାଇ ଆସୁଥିବାର ଅଭିଯୋଗ ହୋଇଛି । ଯାହା ଫଳରେ ହିତାଧିକାରୀ ମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଏନେଇ ବିହିତ ତଦନ୍ତ କରି ଏହାର ସ୍ଥାୟୀ ସମାଧାନ କରିବା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.