ଭଦ୍ରକ: ତୈଳଦର ବୃଦ୍ଧି ପ୍ରତିବାଦରେ ବନ୍ତ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହ ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଦର ବୃଦ୍ଧି ହେବାରୁ ଜନସାଧାରଣଙ୍କ ଉପରେ ଚାପ ବୃଦ୍ଧି ହେଉଛି ବୋଲି କଂଗ୍ରେସ କହିଛି । କୋରୋନା ଲକଡାଉନ ଜାରି ରହିଥିବା ବେଳେ ତୈଳଦର ବୃଦ୍ଧି ଯୋଗୁଁ ଅନ୍ୟକ୍ଷେତ୍ରରେ ମଧ୍ୟ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ହେଉଛି । ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ