ଭଦ୍ରକ: ମାତିଛନ୍ତି ଲୁଟେରା । ଆଉ ଲୁଟେରାଙ୍କ ଟାର୍ଗେଟରେ ବ୍ୟାଙ୍କ ଓ ଏଟିଏମ । ଅନେକ ସମୟରେ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଓ ଏଟିଏମରେ ଲୁଟ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ସେହିଭଳି ଏକ ଘଟଣା ଘଟିଛି ଭଣ୍ଡାରି ପୋଖରୀ ସ୍ଥିତ ଏକ ବ୍ୟାଙ୍କରେ । କିନ୍ତୁ ବ୍ୟାଙ୍କରେ ଲୁଟ ସମୟରେ ବିଫଳ ହୋଇଛନ୍ତି ଲୁଟେରା ।
ସୂଚନାମୁତାବକ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ କରିଥିଲେ ଲୁଟେରା । ପ୍ରଥମେ ବ୍ୟାଙ୍କର ପଛ କାନ୍ଥ ଭାଙ୍ଗିବା ପରେ ଆଇରନ ଚେଷ୍ଟକୁ ଗ୍ୟାସ କଟରରେ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ । କିନ୍ତୁ ଏଥିରେ ଫେଲମାରିବା ପରେ ନିକଟରେ ଥିବା ପଲ୍ୟୁସନ ସେଣ୍ଟରର ଗ୍ରିଲ କାଟି ଲୁଟିଥିବା ଜଣାପଡିଛି ।
ଖବରପାଇ ଭଣ୍ଡାରିପୋଖରୀ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ