ETV Bharat / state

ପୁରୀ ରଥଯାତ୍ରା ଦାବି କଲା ବଜରଙ୍ଗ ଓ ବିଶ୍ବହିନ୍ଦୁ ପରିଷଦ - ରଥଯାତ୍ରା ଦାବି କଲା ବଜରଙ୍ଗ ଓ ବିଶ୍ବହିନ୍ଦୁ ପରିଷଦ

ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କରିବା ନେଇ ସର୍ବୋଚ୍ଛ ନ୍ୟାୟଳୟ ଅନୁମତି ଦେବାକୁ ଭଦ୍ରକରେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ତରଫରୁ ଦାବି କରାଯାଇଛି ।

bajarag dal demanding
ରଥଯାତ୍ରା ଦାବି କଲା ବଜରଙ୍ଗ ଓ ବିଶ୍ବହିନ୍ଦୁ ପରିଷଦ
author img

By

Published : Jun 22, 2020, 5:52 PM IST

ଭଦ୍ରକ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନିର୍ଦ୍ଦେଶରେ ପରିବର୍ତ୍ତନ କରି ରାୟରେ ପରିବର୍ତ୍ତନ କରିବାକୁ ପୁଣିଥରେ ଦାୟର ହୋଇଛି ପିଟିସନ । ତେବେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କରିବା ନେଇ ସର୍ବୋଚ୍ଛ ନ୍ୟାୟଳୟ ଅନୁମତି ଦେବାକୁ ଭଦ୍ରକରେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ତରଫରୁ ଦାବି କରାଯାଇଛି ।

ରଥଯାତ୍ରା ଦାବି କଲା ବଜରଙ୍ଗ ଓ ବିଶ୍ବହିନ୍ଦୁ ପରିଷଦ

ଏନେଇ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡିଶାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି । ଏହି ପରମ୍ପରାକୁ ବନ୍ଦ ନକରି ସର୍ତ୍ତମୂଳକ ଭାବେ ରଥଯାତ୍ରାକୁ ଅନୁମତି ଦେବାକୁ ଦାବି ହୋଇଛି ।

ସ୍ନାନଯାତ୍ରା ଭଳି ରଥଯାତ୍ରାକୁ ମଧ୍ୟ ଆୟୋଜନ ହୋଇପାରିବ ବୋଲି ଆଶା କରିଛନ୍ତି ଓଡ଼ିଶାବାସୀ । ଅନ୍ୟପଟେ ପୁରୀରେ ରଥ ଉପରେ ଆଜ୍ଞାମାଳ ବିଜେ ନୀତି ସମାପନ ହୋଇସାରିଛି । ଏବେ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ହେବା ନେଇ ପୁନଃବିଚାର ନିଷ୍ପତିକୁ ସମସ୍ତେ ଚାହିଁ ବସିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.