ETV Bharat / state

ବିପଦ ସଙ୍କେତ ଉପରେ ବୈତରଣୀ, ଫୁଲୁଛି ଶାଳନ୍ଦୀ - ଫୁଲୁଛି ବୈତରଣୀ

ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଫୁଲୁଛି ବିଭିନ୍ନ ନଦୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ସେପଟେ ଭଦ୍ରକର ହଦଗଡ଼ ଡ୍ୟାମରୁ ୨୪୦୦ କ୍ୟୁସେକ ଜଳ ଶାଳନ୍ଦୀ ନଦୀକୁ ଛଡାଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା । ଅଧିକ ପଢ଼ନ୍ତୁ

ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ଶାଳନ୍ଦୀ ନଦୀ

author img

By

Published : Aug 14, 2022, 8:46 PM IST

Updated : Aug 14, 2022, 9:20 PM IST

ଭଦ୍ରକ: ବୈତରଣୀ ନଦୀରେ ଗତକାଲି ଠାରୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ରାଜ୍ୟରେ ଜାରି ରହିଥିବା ଲଘୁଚାପ ଯୋଗୁଁ ମହାନଦୀ ସମେତ ବିଭିନ୍ନ ପ୍ରମୁଖ ନଦୀ ଫୁଲୁଥିବାବେଳେ ବୈତରଣୀ ଓ ଶାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକର ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ଫୁଟ ଥିବାବେଳେ, ସକାଳ ୫ ରୁ ୧୭.୯୬ରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ନଦୀର ବନ୍ୟାଜଳ ଏସକେପ କିମ୍ବା ମାହାରା ଦେଇ ବାହାରକୁ ବାହାରି ନାହିଁ ।

ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ଶାଳନ୍ଦୀ ନଦୀ

ସେହିପରି ଭଦ୍ରକ ସହର ଦେଇ ପ୍ରବାହିତ ଶାଳନ୍ଦୀ ନଦୀର ଜଳସ୍ତର ଗତ ୪ ଦିନ ହେବ ବଢ଼ିବାରେ ଲାଗିଛି । ଏହି ନଦୀର ଉପର ମୁଣ୍ଡରେ ଥିବା ହଦଗଡ଼ ଡ୍ୟାମରୁ ମୋଟ ୩ଟି ଗେଟ୍‌ ଯୋଗେଁ ୨୪୦୦ କ୍ୟୁସେକ ଜଳ ଶାଳନ୍ଦୀ ନଦୀକୁ ଛଡାଯାଇଛି । ରାଜଘାଟ ଠାରେ ଏହି ନଦୀର ବିପଦ ସଙ୍କେତ ୧୭.୦୨ ଫୁଟ ଥିବାବେଳେ ବର୍ତ୍ତମାନ ପ୍ରାୟ ୧୫ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ତେବେ ହଦଗଡ଼ରୁ ଯେଉଁ ୨୪୦୦ କ୍ୟୁସେକ ଜଳ ଛଡାଯାଇଛି, ତାହା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି । ଶାଳନ୍ଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁଁ, ଶାଖା ନାଳିଆ ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଭଦ୍ରକ ବ୍ଲକର ଅର୍ଣ୍ଣପାଳ ଓ ବିଷ୍ଣୁପୁର ବିନ୍ଧା ପଞ୍ଚାୟତର ଅଧିକାଂଶ ଗ୍ରାମରେ ପାଣି ପଶିବା ସହ ଚାଷ ଜମି ଜଳମଗ୍ନ ହେବାରେ ଲାଗିଛି । ସେହିପରି ତିହିଡି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି ।

ଇଟିଭି ଭାରତ, ଭଦ୍ରକ

Last Updated : Aug 14, 2022, 9:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.