ଭଦ୍ରକ : ମହୋତ୍ସବ ଦେଖି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ଅଧୀନ ବାଲିଖଣ୍ଡ ନିକଟରେ। ଏହି ଘଟଣାପରେ ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ବାସୁଦେବପୁର ଅଞ୍ଚଳର କେତେକ ଲୋକ ମଇତାପୁର ମହୋତ୍ସବ ଦେଖିବା ପାଇଁ ଅଟୋ ଯୋଗେ ସେଠାକୁ ଯାଇଥିଲେ । ତେବେ ମହୋତ୍ସବ ଦେଖି ଫେରିବା ବେଳେ ଅଟୋଟି ବାଲିଖଣ୍ଡ ନିକଟରେ ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଅଟୋଟି ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଅଟୋରେ ଥିବା ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ଜନୈକ ମହିଳାଙ୍କର ମୃତ୍ୟୁ ଘଟିଛି । ଅନ୍ୟ 5 ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଇଟିଭି ଭାରତ, ଭଦ୍ରକ