ETV Bharat / state

ପଞ୍ଚାୟତ ନିର୍ବାଚନୀ ହିଂସା: ଗର୍ଭବତୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ - ଗର୍ଭବତୀ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

ପଞ୍ଚାୟତ ନିର୍ବାଚନ ନେଇ ଭଦ୍ରକରେ ରାଜନୈତିକ ହିଂସା । ନିର୍ବାଚନୀ ହିଂସାରୁ ଗର୍ଭବତୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନୀ ହିଂସା: ଗର୍ଭବତୀ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

author img

By

Published : Feb 16, 2022, 7:42 PM IST

ଭଦ୍ରକ: ପଞ୍ଚାୟତ ନିର୍ବାଚନ ନେଇ ଭଦ୍ରକରେ ରାଜନୈତିକ ହିଂସା । ନିର୍ବାଚନୀ ହିଂସାରୁ ଗର୍ଭବତୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆରଡି ପଞ୍ଚାୟତର ସନ୍ତରା ଗାଁରେ, ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପଞ୍ଚାୟତ ନିର୍ବାଚନୀ ହିଂସା: ଗର୍ଭବତୀ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

ଅନ୍ୟପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ହିଂସା ବଢିବାରେ ଲାଗିଛି । ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ 18 ତାରିଖରେ ଦିନ ହେବ । ମାତ୍ର ଏହା ପୂର୍ବରୁ ଆରଡି ପଞ୍ଚାୟତ ସନ୍ତରା ଗାଁରେ ନିର୍ବାଚନ ହିଂସା ଏଭଳି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ଅପରପକ୍ଷେ ଏହି ପଞ୍ଚାୟତରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପରାଜୟ ଭୟରେ ଅନ୍ୟ ଏକ ସହ ମେଣ୍ଟ କରି ପ୍ରାର୍ଥୀ ଦେଇଥିବା ଜଣାପଡିଛି। ଭୋଟ ହାତେଇବା ପାଇଁ ଏବେ ରକ୍ତମୁଖା ହୋଇ ପଡିଛନ୍ତି କର୍ମୀ । ଏପରିକି ଘରେ ପଶି ଗର୍ଭବତୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛେଇ ନାହାନ୍ତି କର୍ମୀ ।

ଏହି ଘଟଣାରେ ଗୁରୁତର ମହିଳାଙ୍କୁ ପରିବାର ଲୋକ ପ୍ରଥମେ ଆରଡି ମେଡିକାଲ ନେଇଥିବାବେଳେ ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.