ଭଦ୍ରକ: ବିଚ୍ ରାସ୍ତାରେ ବାପା ଝିଅଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଘଟିଛି ଏହିପରି ଅଘଟଣ । ରାସ୍ତାରେ ବାଲି ଓ ଚିପ୍ସ ଗଦା ହେଵାକୁ ନେଇ ପ୍ରତିବାଦ କରିବାରୁ ଵାପା ଓ ଝିଅକୁ ଭୁଜାଲିରେ ଏହିପରି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବାପା ଓ ଝିଅର ଶରୀରର ଵିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳର ଏହି ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା । ତେବେ ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ, ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ସୂଚନାପାଇ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ