ETV Bharat / state

ଭିନ୍ନକ୍ଷମ ଯୁବକଙ୍କୁ ଧମକ: ଗୁମୁଟି ଦୋକାନ ଗାୟବ, ଏସପିଙ୍କ ଦ୍ବାରସ୍ତ - ଭଦ୍ରକ ଭିନ୍ନକ୍ଷମ ଯୁବକଙ୍କୁ ଧମକ

ଦାଦା ବଟିକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଧମକ । ତାଙ୍କ ଗୁମୁଟି ଦୋକାନକୁ ଗାୟବ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ଯୁବକଙ୍କୁ ଧମକ: ଗୁମିଟି ଦୋକାନ ଗାୟବ

author img

By

Published : Nov 3, 2021, 9:58 PM IST

ଭଦ୍ରକ: ଭିନ୍ନକ୍ଷମ ଯୁବକଙ୍କ ଦୋକାନ ଗୁମୁଟି ରାତାରାତି ଗାଏବ। ନ୍ୟାୟ ସହିତ ପରିବାରର ସୁରକ୍ଷା ଦାବି କରିଛନ୍ତି ଭିନ୍ନକ୍ଷମ ଯୁବକ। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ, ଛୋଟ କ୍ୟାବିନଟେ କରି ପରିବାର ପ୍ରତିପୋଷଣ କରୁଥିଲେ। ଏଥିନିମିତ୍ତ ଏହି ୨୨ ବର୍ଷର ଭିନ୍ନକ୍ଷମ ଯୁବକ ଗଣେଶ ବେହେରାଙ୍କୁ ଭଦ୍ରକ ଜିଲ୍ଲାପାଳ ୧୦ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି।

ଭିନ୍ନକ୍ଷମ ଯୁବକଙ୍କୁ ଧମକ: ଗୁମିଟି ଦୋକାନ ଗାୟବ

ତେବେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କୁ ବଟି ନଦେଲେ ସେମାନେ ଗୁମୁଟି ଭାଙ୍ଗି ଦେବାକୁ ଧମକ ଦେଇଥିଲେ। ଏଥିରେ ସେ ଅରାଜି ହେବାରୁ ରାତିରେ ଉକ୍ତ କ୍ୟାବିନକୁ ସେଠାରୁ ଉଠାଇ କେଉଁଆଡ଼େ ଗାଏବ କରି ଦେଇଛନ୍ତି । ପରେ ତାଙ୍କ ଘରେ ପହଞ୍ଚି ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଏନେଇ ପୋଲିସ ନିଷ୍କ୍ରିୟ ହେବାରୁ ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ପରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିଲେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ଯ ସମ୍ପାଦକ ଅକ୍ଷୟ କୁମାର ସାହୁ। ସାମ୍ବାଦିକ ସମ୍ମିଳନୀ ପରେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.