ETV Bharat / state

ମାସ୍କ ଚେକିଂ ନାଁରେ ଯୁବକଙ୍କୁ ମାଡ ମାରିବା ଘଟଣା; ଏଏସଆଇ ଓ ହାବିଲଦାରଙ୍କ ବଦଳି

author img

By

Published : Apr 13, 2021, 3:28 PM IST

ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପକ୍ଷରୁ ମାକ୍ସ ଚେକିଂ ଆଳରେ ଯୁବକଙ୍କୁ ବାଡେଇବା ଘଟଣା ପୋଲିସକୁ ମହଙ୍ଗା ପଡିଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଆରଡି ଫାଣ୍ଡିର ଏଏସଆଇ ଓ ହାବିଲଦାରଙ୍କୁ ଜିଲ୍ଲା ହେଡକ୍ବାଟରକୁ ବଦଳି କରାଯାଇଛି । ଅଧିକ ପଢନ୍ତୁ...

ଏଏସଆଇ ଓ ହାବିଲିଦାରଙ୍କ ବଦଳି
ଏଏସଆଇ ଓ ହାବିଲିଦାରଙ୍କ ବଦଳି

ଭଦ୍ରକ: ଜିଲ୍ଲା ଆରଡି ଫାଣ୍ଡି ପକ୍ଷରୁ ମାକ୍ସ ଚେକିଂ ଆଳରେ ଯୁବକଙ୍କୁ ବାଡେଇବା ପୋଲିସକୁ ମହଙ୍ଗା ପଡିଛି । ଆଜି ଜିଲ୍ଲା ପୋଲିସ କାର୍ଯ୍ଯାଳୟ ପକ୍ଷରୁ ଆରଡି ଫାଣ୍ଡିର ଏଏସଆଇ ପ୍ରଦୀପ ନାୟକ ଓ ହାବିଲଦାର ରମେଶ ମଲିକଙ୍କୁ ଜିଲ୍ଲା ହେଡକ୍ବାଟରକୁ ବଦଳି କରାଯାଇଛି ।

ସୂଚନା ଅନୁସାରେ, ବେତାଳିଗାଁରେ ରହୁଥିବା ପ୍ରଦୀପ ମେକାପଙ୍କ ଦୁଇ ପୁଅ ସୌମ୍ୟରଞ୍ଜନ ଓ ପ୍ରଭୁରଞ୍ଜନ ସକାଳୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ମାକ୍ସ ପିନ୍ଧିନଥିବାରୁ ଉଭୟଙ୍କୁ ପୋଲିସ ଅଟକାଇଥିଲା । ଫାଇନ ଆଦାୟକୁ ନେଇ ପୋଲିସ ଓ ଯୁବକଙ୍କ ମଧ୍ଯରେ ଯୁକ୍ତିତର୍କ ହେଉଥିବା ସମୟରେ ଯୁବକ ଜଣକ ମୋବାଇଲରେ ଭିଡିଓ ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ହଠାତ ତିନି ଚାରିଜଣ ପୋଲିସ ଯୁବକଙ୍କୁ ତଳେ ଘୋଷାଡି ମାଡ ମାରିଥିଲେ । ଏହା ସହିତ ତାଙ୍କୁ ଓଲଟା ପୋଲିସଙ୍କୁ ମାଡ ମାରିବା ଦଫାରେ ମାମଲା ରୁଜୁ କରିଥିଲା । ଏପରିକି ହତ୍ଯା ମାମଲା ଭଳି 11 ଟି ସଙ୍ଗୀନ ଦଫାରେ ପୋଲିସ କୋର୍ଟ ଚାଲାଣ କରିଥିଲା ।

ହେଲେ ଘଟଣାର ସତ୍ୟ ଭିଡିଓ ଭାଇରାଲ ହେବା ପରେ ପୋଲିସର ମିଛ ଘଟଣା ପଦାକୁ ଆସିଥିଲା । ଏପରିକି ଘଟଣା ବିଭିନ୍ନ ଗଣମାଧ୍ଯମରେ ପରିବେଷଣ ହେବାପରେ ଏଏସପିଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଧାମନଗର ଏସଡିପିଓ ଘଟଣାର ତଦନ୍ତ ଆରମ୍ଭ କରି ରିପୋର୍ଟ ଦେବା ପରେ ଆଜି ମଧ୍ଯାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଫାଣ୍ଡିର ଏଏସଆଇ ପ୍ରଦୀପ ନାୟକ ଓ ହାବିଲିଦାର ରମେଶ ମଲିକଙ୍କୁ ଜିଲ୍ଲା ହେଡକ୍ବାଟରକୁ ବଦଳି କରାଯାଇଛି । ଏହି ବଦଳି ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.