ଭଦ୍ରକ: ଜିଲ୍ଲା ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅଧୀନ ତଳଦପା ଗ୍ରାମର ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ଘେରିଛନ୍ତି ଖାଉଟି । ଏହାସହିତ ତୁରନ୍ତ ତଦନ୍ତ କରି ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ ।
ସୂଚନା ମୁତାବକ, ତଳଦପା ଗ୍ରାମ ପାଇଁ ନିଯୁକ୍ତ ରିଟେଲର କୋରୋନା ସହାୟତା ଚାଉଳ, ଡାଲି ସେମାନଙ୍କୁ ଦେଇନଥବାବେଳେ ଚଳିତ ବର୍ଷ ସେପ୍ଟେମ୍ବର ମାସର ଖାଉଟି ସାମଗ୍ରୀ ମଧ୍ୟ ଏଯାଏଁ ବଣ୍ଟନ କରିନଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରାଯାଇ ବକେୟା ଖାଉଟି ସାମଗ୍ରୀ ବଣ୍ଟନ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ରିଟେଲରଙ୍କୁ ପରିବର୍ତ୍ତନ କରାଯାଇ ନୂତନ ରିଟେଲର ନିଯୁକ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ବିଡ଼ିଓଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ