ETV Bharat / state

ପଦାରେ ପଡିଲା ଡାକ୍ତରଙ୍କ ଦାୟିତ୍ବହୀନତା, ରାସ୍ତାରେ ପ୍ରସବ କଲେ ପ୍ରସୂତି - childbirth on the street due to doctor's irresponsibility

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରାୟ 50 ମିଟର ଦୂର ରାସ୍ତାରେ ପ୍ରସବ କଲେ ପ୍ରସୂତି ।ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Allegations of childbirth on the street due to doctor's irresponsibility
ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ରାସ୍ତାରେ ପ୍ରସବ ଅଭିଯୋଗ
author img

By

Published : Apr 20, 2020, 11:06 PM IST

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର 50 ମିଟର ଦୂର ରାସ୍ତାରେ ପ୍ରସବ କଲେ ପ୍ରସୂତି । ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏ କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର କିଛି ଦୂରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଚାନ୍ଦବାଲି ଭୂଇଁ ବୃତ୍ତି ପଞ୍ଚାୟତ ନୂଆଗାଁ ଗ୍ରାମର ରଜତ ଦାସଙ୍କ ସ୍ତ୍ରୀ ମିନତୀ ଗର୍ଭବତୀ ଥିଲେ । ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ, ତାଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ଭଦ୍ରକ ଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ମିନତୀଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ଆଣିଥିଲେ। ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ, ଡାକ୍ତର ତାଙ୍କୁ କଟକ ନେଇଯିବା ପାଇଁ କହିଥିଲେ। ବର୍ତ୍ତମାନ ଲକଡାଉନ କଟକଣା ଯୋଗୁଁ ଗାଡି ଉପଲବ୍ଧ ନହେବାରୁ, ପରିବାର ଲୋକେ ମହିଳାଙ୍କୁ ଏକ ରିକ୍ସା ସାହାଯ୍ୟରେ ମେଡିକାଲରୁ 50 ମିଟର ଦୂରରେ ଥିବା ଏକ ଘରୋଇ ନର୍ସିଂହୋମକୁ ଆଣୁଥିଲେ ।

ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ରାସ୍ତାରେ ପ୍ରସବ ଅଭିଯୋଗ

ତେବେ ଏହି ସମୟରେ ରିକ୍ସାରେ ମହିଳା ଜଣକଙ୍କ ପ୍ରସବ କରିଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତିରେ ଡାକ୍ତର ଚାହିଁଥିଲେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କ'ଣ ପିଲାଟି ଜନ୍ମ ହୋଇପାରିନଥାନ୍ତା। ସେପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ତେବେ ବର୍ତ୍ତମାନ ମାଆ ଓ ନବଜାତକ ଶିଶୁଟିକୁ ଚିକିତ୍ସା ପାଇଁ ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି ଓ ଉଭୟ ସୁସ୍ଥ ଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.