ETV Bharat / state

ଡ଼ାକ୍ତରଙ୍କ ଅବହେଳା ନେଲା ଶିଶୁ ଜୀବନ, କାନ୍ଦି ଗଡିଲା ମା’ - ଚିକିତ୍ସା ଅବହେଳା

ଭଦ୍ରକର ଚାନ୍ଦବାଲି ମେଡିକାଲରେ ଡାକ୍ତରଙ୍କ ଅବହେଳା କାରଣରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଡ଼ାକ୍ତରଙ୍କ ଅବହେଳା ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ

author img

By

Published : Jul 19, 2021, 9:35 PM IST

ଭଦ୍ରକ: ଜିଲ୍ଲାରେ ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଚାନ୍ଦବାଲି ମେଡ଼ିକାଲରେ ଦେଖିବାକୁ ମିଳିଛି ।

ଡ଼ାକ୍ତରଙ୍କ ଅବହେଳା ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ

ଖବର ଅନୁଯାୟୀ କାଣ୍ଡଗରଡ଼ି ପଞ୍ଚାୟତ ତେନ୍ତୁଲା ଗାଁରେ ଜଣେ 8 ବର୍ଷର ଶିଶୁକୁ ଜ୍ଵର ହୋଇଥିବାରୁ ପରିବାର ଲୋକେ ପ୍ରଥମେ ଓରାସାହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ମେଡ଼ିସନ ଷ୍ଟୋରରୁ ଇଞ୍ଜେକସନ ନେବା ପରେ ଶିଶୁଟି ଗୁରୁତର ହୋଇପଡ଼ିଥିଲା । ପରେ ଶିଶୁର ପରିବାର ଲୋକେ ଚାନ୍ଦବାଲି ମେଡ଼ିକାଲରେ ଶିଶୁଟିକୁ ଭର୍ତ୍ତି କରିଥିଲେ । ଚାନ୍ଦବାଲି ମେଡ଼ିକାଲରେ ଡ଼ାକ୍ତର ଚିକତ୍ସା କରିବା ବିଳମ୍ଭ କରିବାରୁ ଶିଶୁଟିର ମୃତ୍ୟୁ ହୋଇଗଲା ବୋଲି ମୃତ ଶିଶୁର ପରିବାର ଲୋକେ ମେଡ଼ିକାଲରେ ହୋହାଲ୍ଲା କରିଥିଲେ ।

ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ମୃତ ଶିଶୁର ପରିବାର ଲୋଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପାଇଥିଲା । ମୃତ ଶିଶୁ ଜଣକ ହେଉଛନ୍ତି ସୁକାନ୍ତ ମହାଳିକଙ୍କ ପୁଅ ସୁଧୁର ମହାଳିକ । ତେବେ ଏନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.