ଭଦ୍ରକ: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ। ଛୁଟି ବାତିଲ ଘୋଷଣା କଲେ ଜିଲ୍ଲାପାଳ। ଟୁଇଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ବଙ୍ଗୋପ ସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ସନ୍ଧ୍ୟାରେ ଲଘୁଚାପ ଅବପାତର ରୂପ ନେବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । 17ତାରିଖ ସନ୍ଧ୍ୟାରେ ଦିଗ ବଦଳାଇ ଉତ୍ତର ଆଡକୁ ଗତି କରିବ । ହେଲେ ଏହା କେଉଁଠି ଲ୍ୟାଣ୍ଡ ଫଲ କରିବା ତାହା ସ୍ପଷ୍ଟ ହୋଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ