ETV Bharat / state

ଭଦ୍ରକରେ ପୁଣି ନାଗ ଆତଙ୍କ, ଘରୁ 30ରୁ ଊର୍ଦ୍ଧ୍ବ ନାଗ ସାପ ଛୁଆ ଉଦ୍ଧାର

ଘରୁ 30ରୁ ଊର୍ଦ୍ଧ୍ବ ନାଗ ସାପ ଛୁଆ ଉଦ୍ଧାର । ଏହି ଘଟଣା ଦେଖିବାକୁ ମିଳିଛି ଭଦ୍ରକର ଅପର୍ତ୍ତିବିନ୍ଧା ଏଲଖା ଅଞ୍ଚଳରେ ।

author img

By

Published : Jun 26, 2019, 12:18 PM IST

Updated : Jun 27, 2019, 12:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ । ବିଭିନ୍ନ ସ୍ଥାନରେ ସାପ ବାହାରିବା ବନ୍ଦ ହେବାର ନାଁ ଧରୁନାହିଁ । କିଛିଦିନ ତଳେ ଧାମନଗର, ନଳାଙ୍ଗ ଆଦି ଅଞ୍ଚଳରୁ ନାଗ ସାପ ଛୁଆ ଉଦ୍ଧାର ହୋଇଥିବାବେଳେ ଏବେ ପୁଣି ଭଦ୍ରକର ଅପର୍ତ୍ତିବିନ୍ଧା, ଏଲଖା ଅଞ୍ଚଳରେ ଅକ୍ଷୟ ବେହେରାଙ୍କ ଘରୁ 30ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ ପ୍ରଥମେ ଅକ୍ଷୟ ବେହେରା ତାଙ୍କ ଘର ଆଗରେ କିଛି ନାଗ ସାପ ଛୁଆ ବୁଲୁଥିବା ଦେଖିବାକୁ ପାଇଥିଲେ । ଏଥିପାଇଁ ଅକ୍ଷୟ ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫଙ୍କୁ ଖବର ଦେଇଥିଲେ । ମିର୍ଜା ଘଟଣାସ୍ଥଳରେ ପହଞ୍ଚି ସାପ ଉଦ୍ଧାର କରିଥିଲେ । ପରେ ଘର ଭିତରେ ବିଭିନ୍ନ ସ୍ଥାନରୁ 30ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର କରାଯାଇଥିବା ଜଣାପଡିଛି । ବାରମ୍ବାର ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକରେ ପୁଣି ସାପ ଆତଙ୍କ । ବିଭିନ୍ନ ସ୍ଥାନରେ ସାପ ବାହାରିବା ବନ୍ଦ ହେବାର ନାଁ ଧରୁନାହିଁ। Body:ପୁଣି ଭଦ୍ରକର ଅପର୍ତ୍ତିବିନ୍ଧା, ଏଲଖା ଅଞ୍ଛଳର ଅକ୍ଷୟ ବେହେରାଙ୍କ ଘରୁ 30 ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଅକ୍ଷୟ ବେହେରାଙ୍କ ଘର ଆଗରେ କିଛି ନାଗ ସାପ ଛୁଆ ବୁଲୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଅକ୍ଷୟ ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫଙ୍କୁ ଖବର ଦେଇଥିଲେ। ମିର୍ଜା ଘଟଣା ସ୍ଥଳରେ ପହଞ୍ଚି ସାପ ଉଦ୍ଧାର କରିଥିଲେ। ଘର ଭିତରେ ବିଭିନ୍ନ ସ୍ଥାନରୁ 30 ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର ହୋଇଛି। Conclusion:
Last Updated : Jun 27, 2019, 12:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.