ETV Bharat / state

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ - ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସହ ପ୍ରଶ୍ନପତ୍ରରେ ତ୍ରୁଟି ଏବଂ ଶିକ୍ଷା ସ୍ଥିତିର ସୁଧାର ଦାବିରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

abvp protest
abvp protest
author img

By

Published : Apr 30, 2023, 2:02 PM IST

abvp protest

ଭଦ୍ରକ: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସହ ପ୍ରଶ୍ନପତ୍ର ତ୍ରୁଟି ଏବଂ ଶିକ୍ଷା ସ୍ଥିତିର ସୁଧାର ଦାବିରେ ଭଦ୍ରକ ଏବିଭିପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି କୁଶପୁତ୍ତଳିକା ଦାହ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଏବିଭିପିର ସଦସ୍ୟ ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନ ପତ୍ରରେ ତ୍ରୁଟି ପରିଲକ୍ଷିତ ହେଉଛି । ଏହାକୁ ବିରୋଧ କରି ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଛାତ୍ର ନେତା ମାନେ ଅଭିଯୋଗ କରିଥିଲେ ଯେ, ''ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସବୁ ସ୍ତରରେ ସମସ୍ତ ପ୍ରକାର ଶିକ୍ଷା ପ୍ରଦାନ ବ୍ୟବସ୍ଥାରେ ମଧ୍ୟ ଅନୁରୂପ ବ୍ୟତିକ୍ରମ ହେବାରେ ଲାଗିଛି । ଉଦାହରଣ ସ୍ୱରୂପ ଓଏସଏସସି ପରୀକ୍ଷାରେ ପ୍ରଶ୍ନ ପତ୍ର ମୁଦ୍ରଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ତ୍ରୁଟି ଯୋଗୁଁ ଉକ୍ତ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା । ଏହା ଫଳରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ବଡ ଧରଣର ସମସ୍ୟା ସୃଷ୍ଟି ହୋଇଛି । ଏଥିସହ ରାଜ୍ୟ ସରକାର 5T ବ୍ୟବସ୍ଥା ମାଧ୍ୟମରେ ଅନେକ ସ୍କୁଲ ଗୁଡିକର ନାମକୁ ମାତ୍ର ମରାମତି କାର୍ଯ୍ୟ କରି ସେଗୁଡ଼ିକୁ ନବକଳେବର କରାଯାଉଛି । କିନ୍ତୁ ମାଟ୍ରିକ ପରୀକ୍ଷା ସମୟରେ 15 ହଜାରରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇ ନପାରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଅଭିଯୋଗ କରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ନେତୃତ୍ୱ ।

ଅନ୍ୟ ପକ୍ଷରେ ରାଜ୍ୟରେ ପ୍ରାୟ ଅଧିକାଂଶ ମହା ବିଦ୍ୟାଳୟ ପରିସରକୁ ଅଣ ଛାତ୍ର ମାନେ ପ୍ରବେଶ କରି ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛନ୍ତି । ଯାହା ଆଇନ ଶୃଙ୍ଖଳାକୁ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଥିବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ମହିଳା ମାନଙ୍କୁ ବିଭିନ୍ନ ସ୍ଥାନରେ ଅସଦାଚରଣ କରାଯାଉଥିବା ଭଳି ଘଟଣା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇଛି ବୋଲି ଏବିଭିପି ଅଭିଯୋଗ ଆଣିଛି । ଏଣୁ ସମସ୍ତ ପ୍ରକାର ବିପର୍ଯ୍ୟସ୍ତ ବ୍ୟବସ୍ଥାର ସମାଧାନ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସଙ୍କ ନେତୃତ୍ବରେ ଛାତ୍ର ମାନଙ୍କର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.