ETV Bharat / state

ନ୍ୟାୟ ଦାବିରେ ରାସ୍ତାରେ ଶୋଇଲେ ମହିଳା - ନ୍ୟାୟ ଦାବିରେ ରାସ୍ତାରେ ଶୋଇଲେ ମହିଳା

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ କମାରିଆ ବଜାର ସ୍ଥିତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ।

ଅଭିନବ ଢଙ୍ଗରେ ପ୍ରତିବାଦ, ନ୍ୟାୟ ଦାବିରେ ରାସ୍ତାରେ ଶୋଇଲେ ମହିଳା

author img

By

Published : Aug 12, 2020, 7:24 PM IST

ଭଦ୍ରକ : ଅଭିନବ ଢଙ୍ଗରେ ମହିଳାଙ୍କ ପ୍ରତିବାଦ । ସ୍ବାମୀଙ୍କ ଠାରୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ପରେ ମଧ୍ୟ ମିଳିଲାନି ନ୍ୟାୟ । ଫଳରେ ନ୍ୟାୟ ଦାବିରେ ରାସ୍ତା ଉପରେ ଶୋଇଲେ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ କମାରିଆ ବଜାର ସ୍ଥିତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ । ତେବେ ମହିଳାଙ୍କ ପ୍ରତିବାଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ସମସ୍ତ ଯାନବାହାନ ଚଳାଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ଅଭିନବ ଢଙ୍ଗରେ ପ୍ରତିବାଦ, ନ୍ୟାୟ ଦାବିରେ ରାସ୍ତାରେ ଶୋଇଲେ ମହିଳା

ସୂଚନା ଅନୁଯାୟୀ, ମହିଳା ଜଣକ କମାରିଆ ଗାଁର ନିରାକାର ସାହୁଙ୍କ ଝିଅ ସୁଜାତା । ଆଠ ବର୍ଷ ତଳେ ସୁଜାତା ସ୍ଥାନୀୟ କମାରିଆ ବଜାରସ୍ଥିତ ଡ. ସଚିନ ଗିରିଙ୍କ ପୁଅ ରଞ୍ଜିତଙ୍କୁ ବିବାହ କରିଥିଲେ। ତେବେ ବିଭିନ୍ନ ସମୟରେ ପାରିବାରିକ ବିବାଦ ଜାରି ରହିଥିବା ବେଳେ ରଞ୍ଜିତ ବୁଧବାର ସୁଜାତାଙ୍କୁ ମାଡ ମାରିବା ସହ ପରିବାର ଲୋକ ମିଶି ତାଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ତେଣୁ ନିରୁପାୟ ହୋଇ ଶେଷରେ ସୁଜାତା ଏପରି ପ୍ରତିବାଦ କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଆଇନର ଆଶ୍ରୟ ନେବା ପରିବର୍ତ୍ତେ ମହିଳାଙ୍କର ଏହିପରି ରାସ୍ତା ଅବରୋଧକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଛନ୍ତି। ଖବର ପାଇ ତିହିଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହିତ ମୂମୁର୍ଷ ଅବସ୍ଥାରେ ସୁଜାତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.