ଭଦ୍ରକ : ଗାଡି ସୋରୁମରେ କାମ କରୁଥିବା ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ, ଭଦ୍ରକ ଟାଉନ ଥାନା ଗବସାହିର ଚିତ୍ତରଞ୍ଜନ ଜେନା । ଗତ କିଛିଦିନ ହେଲା ଶୋରୁମ ମାଲିକ ତାଙ୍କୁ ବିଭିନ୍ନ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସେ ମାନସିକ ଚାପରେ ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଘରୁ ଆସି, ଅନ୍ୟ ଏକ ସୋରୁମ ପଛରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବେଚ୍ଛେଦ ପାଇଁ ପଠାଇଛି । ଏପରିକି ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ