ETV Bharat / state

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ - ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ

ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ତାହାପୁଣି କେଉଁ ନିମ୍ନମାନର ଗ୍ରାମାଞ୍ଚଳରୁ ନୁହେଁ । ଖୋଦ୍ ଭଦ୍ରକ ଜିଲ୍ଲାର କାଜିପୋଖରୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ୨ କିଲୋମିଟର ଯାଏଁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଅଧିକ ପଢ଼ନ୍ତୁ

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ,  ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

author img

By

Published : Jun 30, 2022, 7:24 AM IST

ଭଦ୍ରକ: ରାସ୍ତା ଖରାପ ଯୋଗୁଁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ । ଫଳରେ ୨ କିଲୋମିଟର ଯାଏଁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏଭଳି ଲଜ୍ଜା ଜନକ ଦୃଶ୍ୟ ଯାହା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ରାମପୁର କାଜିପୋଖରୀ ଗାଁରେ ଦେଖିବାକୁ ମିଳିଛି । କାଦୁଅ ରାସ୍ତାରେ ଷ୍ଟ୍ରେଚରରେ ରୋଗୀକୁ ବୋହି ନେଉଛନ୍ତି ପରିବାର ଲୋକେ ।

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ସୂଚନା ମୁତାବକ, ରାମପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଚାରିତିରା ଗ୍ରାମର କନକଲତା ନାୟକଙ୍କ ଦେହ ଅସୁସ୍ଥ ହୋଇଥିଲା । ଆମ୍ବୁଲାନ୍ସ ଆସି ଗାଁ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲା । କିନ୍ତୁ ମୁଖ୍ୟ ରାସ୍ତାରୁ କାଜିପୋଖରୀ ଯିବାକୁ ରାସ୍ତା ଭଲନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପଶି ପାରିନଥିଲା । ତେବେ ବାଧ୍ୟ ହୋଇ ଷ୍ଟ୍ରେଚର୍ ସାହାଯ୍ୟରେ ପ୍ରାୟ ୨କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା କାନ୍ଧରେ ବାେହିକରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ।

ଏଠି ସମ୍ପୂର୍ଣ୍ଣ ଫେଲ ମାରିଛି ରାଜ୍ୟ ସରକାରଙ୍କ ଗାଁକୁ କାମ ମା'କୁ ସମ୍ମାନ ଦେଉଥିବା ନାରା । ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ଆଦି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ବ୍ୟୟ ବରାଦ କରାଯାଉଥିବା ବେଳେ ପଞ୍ଚାୟତ, ବ୍ଲକ ଅଥବା ଜିଲ୍ଲା ସ୍ତରରେ କେଉଁଠି ନା କେଉଁଠି ତ୍ରୁଟି ରହଥିବା ବେଶ ଅନୁମେୟ । ଅନ୍ୟପକ୍ଷରେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.