ଭଦ୍ରକ: ପୂର୍ବ ବିବାଦକୁ କେନ୍ଦ୍ର କରି ତେଣ୍ଟାମାଡ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ 3 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଭଦ୍ରକ ବଣିଆ ପଞ୍ଚାୟତ ନାୟକ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ଗତ କିଛି ଦିନ ଧରି ବିବାଦ ସୃଷ୍ଟି ହୋଇଥିଲା ।
ଯାହାକି ଶେଷରେ ଉଗ୍ର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଘଟଣାକୁ ନେଇ ଗଣ୍ଡଗୋଳ ଲାଗିଥିବା ବେଳେ ଗୋଟିଏ ଗୋଷ୍ଠୀର କିଛି ଲୋକେ ଟେଣ୍ଟାରେ ଅପର ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ପୂର୍ଣ୍ଣ ନାୟକଙ୍କ ସହିତ ତିନି ଜଣ ଗୁରୁତର ହୋଇଥିଲେ । ପରେ ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ସାବରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ