ଭଦ୍ରକ: ପୋଲିସ ପାଖରୁ ମିଳିଲାନି ନ୍ୟାୟ । ଫଳରେ ହତାଶ ହୋଇ ହାତରେ ବିଷ ଡବା ଧରି ରାଜ ରାସ୍ତାରେ ପ୍ରତିବାଦ କରିଲେ ପରିବାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୌରାଞ୍ଚଳ ୧୦ ନମ୍ବର ୱାର୍ଡ ଅଧିନ ନୂଆଧାମରା ଗ୍ରାମରେ । ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ପକ୍ଷରୁ ଏକ ପରିବାର ଲୋକଙ୍କୁ ନିର୍ଘାତ ମାଡ ସହ ପରିବାରକୁ ଗାଁ ବାଛନ୍ଦ କରାଯାଇଥିଲା ।
ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ହାତରେ ବିଷ ଡବା ଧରି ରାଜ ରାସ୍ତାରେ ପ୍ରତିବାଦ କରିଛନ୍ତି ପରିବାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୌରାଞ୍ଚଳ ୧୦ ନମ୍ବର ୱାର୍ଡ ଅଧିନ ନୂଆଧାମରା ଗାଁର ନିକୁଞ୍ଜ ସାମଲଙ୍କ ପରିବାର ପକ୍ଷରୁ ରାଜ ରାସ୍ତାରେ ଏପରି ପ୍ରତିବାଦ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Kashi-Tamil Samagam: ଆଜି ବାରଣାସୀରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ରାସ୍ତା ମଝିରେ ବେନର ଲଗାଇ ରାଜନୈତିକ ଦଳ ପକ୍ଷରୁ ହେଉଥିବା ଆନ୍ଦୋଳନ ପରି ପ୍ରତିବାଦ କରାଯାଇଥିଲା । ରାସ୍ତା ଉପରେ ପ୍ରତିବାଦ କରିବାରୁ ଟ୍ରାଫିକ ଜାମ ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହୋଇଥିଲା ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଥାନାକୁ ନେଇ ଆଲୋଚନା କରିଥିବା ସୂଚନା ରହିଛି ।
ଇଟିଭି ଭାରତ, ଭଦ୍ରକ