ETV Bharat / state

ବାଡିରୁ ବାହାରିଲା 12 ଫୁଟର ଅଜଗର - ଅଜଗର

ଭଦ୍ରକ ରାନ୍ଧିଆ ଗ୍ରାମର ରାଧାନାଥ ସ୍ବାଇଁଙ୍କ ବାଡିରୁ 12 ଫୁଟର ଅଜଗର ସାପ ଉଦ୍ଧାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 28, 2019, 7:50 AM IST

ଭଦ୍ରକ: ଘର ପଛ ପଟରୁ ଉଦ୍ଧାର ହେଲା ଅଜଗର । ଭଦ୍ରକ ରାନ୍ଧିଆ ଗ୍ରାମର ରାଧାନାଥ ସ୍ବାଇଁଙ୍କ ବାଡିରୁ 12 ଫୁଟର ଅଜଗର ସାପ ଉଦ୍ଧାର ହୋଇଛି । ମିର୍ଜା ନାମକ ଜଣେ ସାପ ଧରାଳି ସାପଟିକୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ରାଧାନାଥ ସ୍ବାଇଁଙ୍କ ପତ୍ନୀ ବାଡ଼ିକୁ ଫୁଲ ତୋଳିବାକୁ ଯାଇଥିବାବେଳେ ସାପଟିକୁ ଦେଖିଥିଲେ । ଏତେ ବଡ ସାପଟିକୁ ଦେଖି ସେ ପ୍ରଥମେ ଭୟଭୀତ ହୋଇଯାଇଥିଲେ । ପରେ ପରିବାରଲୋକ ସର୍ପ ଧରାଳି ମିର୍ଜାଙ୍କୁ ଯୋଗାଯୋଗ କରିଥିଲେ । ଆଉ ଦିର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଅଜଗରକୁ କାବୁ କରିବାରେ ମିର୍ଜା ସଫଳ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏନେଇ ବନବିଭାଗଙ୍କୁ ଅବଗତ କରାଯାଇଛି । ତେବେ ରାନ୍ଧିଆ ଭଦ୍ରକ ସହର ଠାରୁ ମାତ୍ର 2 କିଲୋମିଟର ହୋଇଥିବା ବେଳେ ଅଜଗର ସାପ ଏଠାକୁ କିଭଳି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଉଦ୍ଧାର ହୋଇଥିବା ଅଜଗରକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିଯାଇଥିଲା ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

Intro:Body:

dfgg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.