ଭଦ୍ରକ: ଏକ ଅଜଣା ନମ୍ବରରୁ ସମ୍ପର୍କୀୟ ଭାଇକୁ ଫୋନ କରିବା ପରେ ନଈକୁ ଡେଇଁଲେ ଯୁବତୀ । ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନାଅନୁଯାୟୀ ଗେଲଟିଆ ଅଞ୍ଚଳର ଜନୈକ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ ।
ସେଠାରୁ ଏକ ଅଜଣା ନମ୍ବରରୁ ଫୋନରୁ ସମ୍ପର୍କୀୟ ଭାଇଙ୍କୁ ଫୋନ କରିଥିଲେ ବୋଲି ଜଣାପଡିଛି । କିଛି ସମୟ ପରେ ନଈକୁ ଡେଇଁପଡିଥିବା ସୂଚନା ମିଳିଛି । ଖବରପାଇ ଭଦ୍ରକ ଟାଉନ ଥାନା ପୋଲିସ ପହଁଞ୍ଚିଥିବା ବେଳେ ଯୁବତୀଙ୍କ ଏଯାବତ କୌଣସି ପତ୍ତା ମିଳିନାହିଁ ।
ପରେ ଖବରପାଇ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଯୁବତୀ ଜଣକ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ ।
ଇଟିଭି ଭାରତ, ଭଦ୍ରକ