ETV Bharat / state

Panchayat Polls: ନିର୍ବାଚନୀ ମୈଦାନରେ ଲଢିବେ 75 ବର୍ଷୀୟା ବୃଦ୍ଧା, ଭରିଲେ ନାମାଙ୍କନ ପତ୍ର - 75 ବର୍ଷୀୟା ବୃଦ୍ଧାଙ୍କ ନାମାଙ୍କନ ପତ୍ର ଦାଖଲ

ନିର୍ବାଚନ ପାଇଁ ବୟସ ବି ହାର ମାନିଛି । ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Election Update: 75 ବର୍ଷୀୟା ବୃଦ୍ଧାଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 21, 2022, 4:58 PM IST

ଭଦ୍ରକ: ନିର୍ବାଚନ ପାଇଁ ବୟସ ବି ହାର ମାନିଛି । ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୟସ 75 ହେଲେ ବି, ତାଙ୍କ ଦେହରୁ ଏପର୍ଯ୍ୟନ୍ତ ନିର୍ବାଚନ ପାଇଁ ଜୋଶ କମିନି । ଏଭଳି ଏକ ଘଟଣା ଭଦ୍ରକ ବ୍ଲକ ପରିସରରେ ଦେଖିବାକୁ ମିଳିଛି । ଭଦ୍ରକ ବ୍ଲକ ଅଧିନସ୍ଥ ଏରଡ଼ା ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି 75 ବର୍ଷୀୟା ମିନତୀଲତା ବଳ।

Election Update: 75 ବର୍ଷୀୟା ବୃଦ୍ଧାଙ୍କ ନାମାଙ୍କନ ପତ୍ର ଦାଖଲ

ସେ ଆଜି(ଶୁକ୍ରବାର) ନିଜ ସମର୍ଥକ ମାନଙ୍କ ସହ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହର ସହିତ ଭଦ୍ରକ ବିଡ଼ିଓଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନ ପାଇଁ ବୟସ ତାଙ୍କ ପାଖରେ ହାର ମାନିନଥିବା ସେ କହିବା ସହିତ, ତାଙ୍କ ସ୍ବାମୀ ଜଣେ ସମାଜସେବୀ ଥିଲେ । ଏହାକୁ ଆଧାର କରି ନିର୍ବାଚନ ମୈଦାନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଆଗାମୀ ଦିନରେ ନିର୍ବାଚିତ ହେଲେ, ପଞ୍ଚାୟତର ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ ରାଜନୈତିକ ମୈଦାନରେ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରୁଥିବା ବେଳେ, ଆଜି 75 ବର୍ଷୀୟା ବୃଦ୍ଧା ନାମାଙ୍କନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.