ETV Bharat / state

KYC ପାଇଁ ମିଳିଲାନି ଭତ୍ତା ଟଙ୍କା: ଟ୍ରଲିରେ ବୁହାହୋଇ ବ୍ୟାଙ୍କ ଆସିଲେ ୯୨ ବର୍ଷୀୟ ବୃଦ୍ଧ - 92 year old carried in trolly

KYC ପାଇଁ ଟ୍ରଲିରେ ବୁହା ହୋଇ ବ୍ୟାଙ୍କ ଆସିଲେ ପକ୍ଷାଘାତରେ ଆକ୍ରାନ୍ତ ୯୨ ବର୍ଷୀୟ ବୃଦ୍ଧ । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ଭତ୍ତା ଟଙ୍କା ପାଇଁ ଟ୍ରଲିରେ ବୁହାହୋଇ ବ୍ୟାଙ୍କ ଆସିଲେ ୯୨ ବର୍ଷୀୟ ବୃଦ୍ଧ

author img

By

Published : Nov 23, 2021, 7:19 PM IST

Updated : Nov 23, 2021, 8:34 PM IST

ଭଦ୍ରକ: KYC ନ ଦେବାରୁ ମିଳିଲାନି ଭତ୍ତା । ଫଳରେ ଟ୍ରଲିରେ ବୁହା ହୋଇ ବ୍ୟାଙ୍କ ଆସିବାକୁ ବାଧ୍ୟ ହେଲେ ପକ୍ଷାଘାତ ରୋଗାକ୍ରାନ୍ତ 92 ବର୍ଷୀୟ ବୃଦ୍ଧ । ଚାଲିବା ତ ଦୂରର କଥା, ଠିଆ ହେବାକୁ ମଧ୍ୟ ଅକ୍ଷମ । ହେଲେ ତାଙ୍କୁ ଡାକ୍ତରଖାନା ନୁହେଁ ବରଂ ଟଙ୍କା ଉଠାଣ ପାଇଁ ଏପରି ଦୟନୀୟ ଭାବେ ବ୍ୟାଙ୍କକୁ ଟ୍ରଲିରେ ଆଣିଛନ୍ତି ଝିଅ ଓ ଜ୍ୱାଇଁ । ପରିଣତ ବୟସରେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ବୃଦ୍ଧଙ୍କ ଗୁହାରି ଶୁଣି ନଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ।

KYC ପାଇଁ ମିଳିଲାନି ଭତ୍ତା ଟଙ୍କା: ଟ୍ରଲିରେ ବୁହାହୋଇ ବ୍ୟାଙ୍କ ଆସିଲେ ୯୨ ବର୍ଷୀୟ ବୃଦ୍ଧ

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ଗ୍ରାମପଞ୍ଚାୟତର 92 ବର୍ଷୀୟ ବୃଦ୍ଧ ରାମଚନ୍ଦ୍ର ଜେନା ପକ୍ଷାଘାତ ରୋଗରେ ଶିକାର ହୋଇ ଶଯ୍ୟାଶାୟୀ ଅଛନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଟଙ୍କାକୁ ଆଶ୍ରା କରି ଜୀବନ ଅତିବାହିତ କରୁଛନ୍ତି ରାମଚନ୍ଦ୍ର । ତେବେ ଏହାରି ମଧ୍ୟରେ କରୋନା କଟକଣା ଯୋଗୁଁ ଗତ ଦୁଇମାସ ହେବ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସିଥିଲେ ମଧ୍ୟ ତାଙ୍କର KYC ଅପଡେଟ ନଥିବାରୁ ସେ ଟଙ୍କା ଉଠାଇ ପାରୁନାହାଁନ୍ତି । KYC ଅପଡେଟ ପାଇଁ ଝିଅ ଓ ଜ୍ୱାଇଁ ରାମଚନ୍ଦ୍ରଙ୍କୁ ଟ୍ରଲିରେ ଵିଷ୍ଣୁପୁରରୁ ଦୀର୍ଘ 4 କିଲୋମିଟର ନଳାଙ୍ଗସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ନେଇଥିବାର କଥା ଜଣାପଡିଛି । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 23, 2021, 8:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.