ETV Bharat / state

ସିନ୍ଧି ଚୋର ଗ୍ୟାଙ୍ଗର 9 ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ - burglary thief gang bhadrak

ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ବଡ ସଫଳତା। ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ପୋଲିସ। ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ସହ 5 ଜଣ ସିନ୍ଧି ଚୋର ଓ 4 ରିସିଭରଙ୍କୁ ଗିରଫ କଲା ଗ୍ରାମାଞ୍ଚଳ ପୋଲିସ। ଅଧିକ ପଢନ୍ତୁ...

ସିନ୍ଧି ଚୋର ଗ୍ୟାଙ୍ଗର 9 ଗିରଫ, ଚୋରି ସାମଗ୍ରୀ ଜବତ

author img

By

Published : Sep 10, 2021, 5:04 PM IST

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ବଡ ସଫଳତା। ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ପୋଲିସ। ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ସହ 5 ଜଣ ସିନ୍ଧି ଚୋର ଓ 4 ରିସିଭରଙ୍କୁ ଗିରଫ କଲା ଗ୍ରାମାଞ୍ଚଳ ପୋଲିସ। ଲୁଟେରାଙ୍କ ନିକଟରୁ 312 ଗ୍ରାମ ସୁନା, 4 କେଜି ରୁପା ସହ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

ସିନ୍ଧି ଚୋର ଗ୍ୟାଙ୍ଗର 9 ଗିରଫ, ଚୋରି ସାମଗ୍ରୀ ଜବତ

ଖବର ଅନୁଯାୟୀ, ଗତ ଜୁଲାଇ 22 ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା। ଯାହାକି ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଅଭିଯୋଗକୁ ଆଧାର କରି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏହି ଲୁଟେରା ମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରିଥିଲା। ଏହି ଚୋର ମାନେ ବିଭିନ୍ନ ଅଳଙ୍କାର ଦୋକାନରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ। ପରେ ଏହି ସିନ୍ଧି ଚୋର ଗ୍ୟାଙ୍ଗକୁ ଠାବ କରି 5 ଜଣ ସିନ୍ଧି ଚୋର ଓ 4 ଜଣ ରିସିଭରଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ଭଦ୍ରକ, ଯାଜପୁର, ଢେଙ୍କାନାଳ, ଭୁବନେଶ୍ୱର, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ଘରେ ପଶି କଳା କନା ବୁଲାଉଥିଲେ। ଲୋକଙ୍କ ଘରୁ ବିଭିନ୍ନ ଅଳଙ୍କାର ସାମଗ୍ରୀ ଚୋରି କରି ଦୋକାନରେ ବିକ୍ରି କରୁଥିଲେ।

ଏପରିକି ଏହି ସୁନା ଓ ରୂପା ଚୋରି ସାମଗ୍ରୀକୁ ବନ୍ଧକ ଦେଇ ମନପୁରମ ଗୋଲଡ ଲୋନରୁ ଋଣ ନେଇଥିବା ପୋଲିସ ସୂଚନା ଦେଇଛି। ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ ହେବା ସହ ବାଇକ, ମୋବାଇଲ, ଖେଳନା ବନ୍ଧୁକ, ଚୋରିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ 9 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଗ୍ରାମାଞ୍ଚଳ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.