ETV Bharat / state

650 ଲିଟର ଦେଶୀ ମଦ ଜବତ, 6 ଗିରଫ

author img

By

Published : Oct 30, 2020, 8:16 PM IST

ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ 650 ଲିଟର ଦେଶୀ ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ। ଏହାର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ହେବ । ଏହି ଘଟଣାରେ 6ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

650 liters of indigenous liquor seized from different parts of Bhadrak, 6 arrested
ଜିଲ୍ଲା ବିଭିନ୍ନ ସ୍ଥାନରୁ 650ଲିଟର ଦେଶୀ ମଦ ଜବତ, 6 ଗିରଫ

ଭଦ୍ରକ: ଆକ୍ସନ ମୁଡରେ ଅବକାରୀ ବିଭାଗ । ଶୁକ୍ରବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ 650 ଲିଟର ଦେଶୀ ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ। ଏହାର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ହେବ । ଏହି ଘଟଣାରେ 6ଜଣଙ୍କୁ ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ ଭଦ୍ରକ ଅବକାରୀ ବିଭାଗ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ 650 ଲିଟରର ଦେଶୀ ରନ୍ଧା ମଦ ଜବତ କରିବା ସହ ଦୁଇଟି ବାଇକ ଓ ଗୋଟେ ଅଟୋ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ 1ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା 6ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି ।

ତେବେ ଗିରଫ ହୋଇଥିବା 6ଜଣ ଅପରାଧୀ ହେଉଛନ୍ତି ଦୀପକ ସାମଲ, ଗଜି ସେଠି, ଭଗବାନ ଦାସ, ପ୍ରକାଶ ଦାସ, ଶ୍ରୀଧର ସେନାପତି ଓ ଶ୍ରୀକୁମାର ଦାସ । ଭଦ୍ରକ ଅବକାରୀ ବିଭାଗ ଇନ୍ସପେକ୍ଟର ଧନେଶ୍ବର ବରାଡ଼ଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢାଉ କରାଯାଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.