ETV Bharat / state

5T ସଚିବଙ୍କ ୨ ଦିନିଆ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

5T ସଚିବଙ୍କ ଭଦ୍ରକ ଜିଲ୍ଲା ଗସ୍ତର ଶେଷ ଦିନରେ ୪ଟି ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଅଧିକ ପଢନ୍ତୁ

5t secretary vk pandian
5t secretary vk pandian
author img

By

Published : Jun 13, 2023, 10:35 AM IST

5T ସଚିବଙ୍କ ୨ ଦିନିଆ ଗସ୍ତ

ଭଦ୍ରକ: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ୨ ଦିନିଆ ଗସ୍ତ । ଗସ୍ତର ଦ୍ଵିତୀୟ ତଥା ଶେଷ ଦିନରେ ୪ଟି ବ୍ଲକ ଗସ୍ତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସୋମବାର ଦିନ ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିସହ ଇରମ ସହିଦ ପୀଠ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ବିକାଶ ପାଇଁ ଘୋଷଣା କରିଛନ୍ତି ।

୫-ଟି ସଚିବ ପ୍ରଥମେ ଚାନ୍ଦବାଲି ବ୍ଲକ୍‌ ଗସ୍ତ କରି ବାଁଶଡ଼ାଠାରେ ନବନିର୍ମିତ ମନ୍ତେଇ ସେତୁ ପରିଦର୍ଶନ କରିବା ସହିତ ନିର୍ମାଣାଧୀନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭିତରକନିକା ପ୍ରବେଶପଥ ଓ ନଦୀବନ୍ଧ କାର୍ଯ୍ୟ ସମୀକ୍ଷା କରିଥିଲେ। ଚାନ୍ଦବାଲିସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କ ସହ ମତ ବିନିମୟ କରିଥିଲେ। ଚାନ୍ଦବାଲି କାଳୀ ପଡ଼ିଆରେ ପହଞ୍ଚି ସମସ୍ତ ପ୍ରକଳ୍ପ ନୂଆବର୍ଷ ପୂର୍ବରୁ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ମିଶନ୍ କାଫେ ପରିଦର୍ଶନ କରି ରାଜ୍ୟର ସର୍ବଶ୍ରେଷ୍ଠ ମିଶନ୍‌ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ ।

ଚାନ୍ଦବାଲି, ଧାମନଗର, ତିହିଡ଼ି ଏବଂ ବାସୁଦେବପୁର 4ଟି ବ୍ଲକ୍‌ର 92 ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା 526 ଗ୍ରାମର ଘରକୁ ଘର ପାଇପ୍ ଦ୍ଵାରା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ମେଗା ପାଇପ୍ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଚାନ୍ଦବାଲି ସହରାଞ୍ଚଳ ପାଇଁ ମଧ୍ୟ ଏହି ଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଣ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ଏଥିସହ ମନ୍ତେଇ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ ସିଷ୍ଟମ ପାଇଁ ବ୍ୟାରେଜ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ ।

ସେହିପରି ଇରମରେ ପହଞ୍ଚି ସହିଦ୍‌ ସ୍ମୃତିସ୍ତମ୍ଭ ଓ ସହିଦ୍‌ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିପୀଠର ଉନ୍ନତୀକରଣ କରାଯିବ ବୋଲି ଘୋଷଣା କରିଥିଲେ। ଇରମ୍‌କୁ ଓଡ଼ିଶାର ଅଗ୍ରଣୀ ସହିଦ୍‌ ପୀଠ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ଧାମନଗର ବ୍ଲକ୍‌ ଗସ୍ତରେ ଯାଇ ଇନ୍‌ଡୋର ଷ୍ଟାଡ଼ିୟମ ପରିଦର୍ଶନ କରିଥିଲେ । ତେବେ ୫-ଟି ସଚିବଙ୍କ ଗସ୍ତ ବେଳେ ପ୍ରମୁଖ ଶାସନ ସଚିବ ଭିନିଲ କ୍ରିଷ୍ଣା, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ତଳ ପ୍ରମୁଖ ଗସ୍ତ କାର୍ଯ୍ୟକ୍ରମରେ ଆନୁସଙ୍ଗିକ ଦାୟିତ୍ଵ ନିର୍ବାହ କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.