ETV Bharat / state

ଭଦ୍ରକରୁ ଗୋଟିଏ ଦିନରେ 57 ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ

ରବିବାର ଭଦ୍ରକରୁ 58 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 57 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଜିଲ୍ଲା ପ୍ରଶାସନ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି।

_corona
ଭଦ୍ରକରୁ ଗୋଟିଏ ଦିନରେ 57 ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ
author img

By

Published : Aug 9, 2020, 1:33 PM IST

ଭଦ୍ରକ: ରାଜ୍ୟରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ରେକର୍ଡ ଭାଙ୍ଗିଛି। ରବିବାର ଭଦ୍ରକରୁ 58 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 57 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଜିଲ୍ଲା ପ୍ରଶାସନ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି।

ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 915ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 653 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଅଦ୍ୟାବଧି 258 ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ କିଲର ଭାଇରସ କୋରନା ଜିଲ୍ଲାରେ 4ଟି ମୁଣ୍ଡ ନେଲାଣି। ଏବେସୁଦ୍ଧା ଜିଲ୍ଲାରୁ ମୋଟ 22353 ଟି ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.