ETV Bharat / state

ମହୁରଳ ଆକ୍ରମଣରେ ଶିଶୁକନ୍ୟାର ମୃତ୍ୟୁ - girl child

ମହୁରଳ ଆକ୍ରମଣରେ ବାସୁଦେବପୁର ବ୍ଲକ ପାରାପୋଖରୀ ଗ୍ରାମର ଗଣେଶ ବିଶ୍ବାଳଙ୍କ ଝିଅ ସାବିତ୍ରୀ ବିଶ୍ବାଳଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Aug 26, 2019, 7:54 PM IST

ଭଦ୍ରକ: ମହୁରଳ ଆକ୍ରମଣରେ ଜଣେ 5 ବର୍ଷର ନାବାଳିକା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବାସୁଦେବପୁର ବ୍ଲକ ପାରାପୋଖରୀ ଗ୍ରାମରେ। ମୃତ ନାବାଳିକା ଜଣଙ୍କ ପାରାପୋଖରୀ ଗ୍ରାମର ଗଣେଶ ବିଶ୍ବାଳଙ୍କ ଝିଅ ସାବିତ୍ରୀ ବିଶ୍ବାଳ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ସାବିତ୍ରୀ ଘର ଆଗରେ ଖେଳୁଥିବା ବେଳେ କିଛି ମହୁରାଳ ପୋକ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ଘରୋଇ ଚିକିତ୍ସା କରିଥିଲେ। ଫଳରେ ସାବିତ୍ରୀ ଯନ୍ତ୍ରଣାରୁ ସାମାନ୍ୟ ଆରୋଗ୍ୟ ଲାଭ କରିଥିଲା ।

କିଛି ସମୟ ପରେ ସାବିତ୍ରୀର ଅବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ବାସୁଦେବପୁର ମେଡିକାଲକୁ ଆଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:ମହୁରଳ ଆକ୍ରମଣରେ 5 ବର୍ଷର ନାବାଳିକା ଶିଶୁକନ୍ୟାର ମୃତ୍ୟୁ ଘଟିଛି। Body:ମହୁରଳ ଆକ୍ରମଣରେ 5 ବର୍ଷର ନାବାଳିକା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବାସୁଦେବପୁର ବ୍ଲକ ପାରାପୋଖରୀ ଗ୍ରାମରେ। ମୃତ ନାବାଳିକା ସେହି ଗାଁର ଗଣେଶ ବିଶ୍ବାଳଙ୍କ ଝିଅ ସାବିତ୍ରୀ ବିଶ୍ୱାଳ। ସୂଚନା ଅନୁଯାୟୀ ସାବିତ୍ରୀ ଘର ଆଗରେ ଖେଳୁଥିବାବେଳେ କିଛି ମହୁରାଳ ପୋକ ଆକ୍ରମଣ କରିଥିଲେ। ଏହାପରେ ପରିବାର ଲୋକ ତାକୁ ଘରୋଇ ଚିକିତ୍ସା କରିଥିଲେ। ଫଳରେ ଯନ୍ତ୍ରଣା ରୁ ସାମାନ୍ୟ ଆରୋଗ୍ଯ ଲାଭ କରିଥିଲା ଶିଶୁକନ୍ୟାଟି। କିଛି ସମୟ ପରେ ସାବିତ୍ରୀର ଅବସ୍ଥା ଗୁରୁତର ହେବାରୁ ତାକୁ ବାସୁଦେବପୁର ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତାର ମୃତ୍ୟୁ ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.