ETV Bharat / state

ରାଜ୍ୟରେ 2 ପୃଥକ ଅଗ୍ନିକାଣ୍ଡ: 12 ବଖରା ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

author img

By

Published : Nov 10, 2019, 12:49 PM IST

ରାଜ୍ୟର ଦୁଇ ପୃଥକ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ । ଭଦ୍ରକ ଧାମନଗର ବ୍ଲକ କାଙ୍କରା ଗ୍ରାମ ଓ ବାଲେଶ୍ବର ମଇତାପୁର ପଞ୍ଚାୟତର ହାଟମଇତାପୁର ଗ୍ରାମରେ ଘଟିଛି ଏହି ଅଗ୍ନିକାଣ୍ଡ ।

ରାଜ୍ୟରେ 2 ପୃଥକ ଅଗ୍ନିକାଣ୍ଡ

ଭଦ୍ରକ/ବାଲେଶ୍ବର: ରାଜ୍ୟର ଦୁଇ ପୃଥକ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ । ଭଦ୍ରକ ଧାମନଗର ବ୍ଲକ କାଙ୍କରା ଗ୍ରାମ ଓ ବାଲେଶ୍ବର ମଇତାପୁର ପଞ୍ଚାୟତର ହାଟମଇତାପୁର ଗ୍ରାମରେ ଘଟିଛି ଏହି ଅଗ୍ନିକାଣ୍ଡ । ଘଟଣାରେ ଭଦ୍ରକର 3ଟି ପରିବାରର 7 ବଖରା ଘର ଜଳି ପାଉଁଶ ହୋଇଛି । ଏଥିସହ ବାଲେଶ୍ବରର ଗୋଟିଏ ପରିବାରର 5 ବଖରା ଘର ଭସ୍ମୀଭୂତ ହୋଇଛି ।

ରାଜ୍ୟରେ 2 ପୃଥକ ଅଗ୍ନିକାଣ୍ଡ

ଶନିବାର ରାତିରେ ଉଭୟ ଅଗ୍ନିକାଣ୍ଡ ଘଟିଥିବାବେଳେ ଏହାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଭଦ୍ରକର ସୁଦାମ ପାତ୍ର, ସୂର୍ଯ୍ୟମଣି ପାତ୍ର ଓ ନିରଞ୍ଜନ ପାତ୍ର ଘରେ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଅଧିକ ଥିଲା ଯେ ଘରେ ଥିବା ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଏଥିସହ ଗୋଟିଏ ଗାଈ ମଧ୍ୟ ପୋଡି ଗୁରୁତର ହୋଇଥିବା ଜଣାପଡିଛି । ରବିବାର ସକାଳେ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଅନ୍ୟପଟେ ବାଲେଶ୍ବରର କୃଷ୍ଣ ଚନ୍ଦ୍ର ବାରିକଙ୍କ ଘରେ ମଧ୍ୟ ନିଆଁ ଲାଗିବାରୁ ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଉଭୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେଣେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର/ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:SLUG : FIRE ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.11.2019

ANCHOR : ଅଗ୍ନିକାଣ୍ଡ ରେ ଜଳିଗଲା 3 ଟି ପରିବାର ର 7 ବଖରା ଘର। ଧାମନଗର ବ୍ଲକ କାଙ୍କରା ଗ୍ରାମରେ ଘଟିଛି ଏହି ଅଘଟଣ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସୁଦାମ ପାତ୍ର, ସୂର୍ଯ୍ୟମଣି ପାତ୍ର ଓ ନିରଞ୍ଜନ ପାତ୍ର ଘରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲାା। ଫଳରେ ପ୍ରାଣ ବିକଳରେ ସମସ୍ତ ପରିବାର ଲୋକ ଘରୁ ବାହାରି ଆସିଥିଲେ। ହେଲେ ଲକ୍ଷାଧିକ ଟଙ୍କା ର ସମ୍ପତି ନିଆଁ ର ଆଁ ରୁ ବର୍ତ୍ତୀ ପାରିନଥିଲା। Body:ପରିଣାମ ସ୍ୱରୂପ ଅଗ୍ନିକାଣ୍ଡ ରେ 3 ଟି ପରିବାର ର 7 ବଖରା ଘର ସମେତ ଲକ୍ଷାଧିକ ଟଙ୍କା ର ସମ୍ପତି ପୋଡି ପାଉଁଶ ହୋଇଯାଇଛି। ଏଥିସହ ଗୋଟିଏ ଗାଈ ମଧ୍ଯ ପୋଡି ହୋଇ ଗୁରୁତର ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା। ଆଜି ସକାଳେ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଏହି ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.