ଭଦ୍ରକ: ଟାଉନ ପୋଲିସ ଦ୍ବାରା ଦୁଇ ଜଣ ମୋବାଇଲ ଲୁଟେରା ଗିରଫ । ସେମାନଙ୍କ ନିକଟରୁ 22ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି ପୋଲିସ। ଖବର ଅନୁଯାୟୀ, ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ମଳୟ ଦାସ ଓ ମନୁ ଶର୍ମା ।
ସେମାନେ ମଧ୍ୟ ପୂର୍ବରୁ ମୋବାଇଲ ଚୋରି ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି । ତେବେ ଜେଲରୁ ବାହାରି ପୁଣି ଗତ କିଛି ଦିନ ହେବ ଏହି ମୋବାଇଲ ଚୋରି କାରବାର କରୁଥିଲେ। ଏନେଇ ଏକ ବିଶ୍ବସ୍ତ ସୂତ୍ରରୁ ଭଦ୍ରକ ଟାଉନ ଥାନା ପୋଲିସ ଖବର ପାଇ ସେମାନଙ୍କୁ ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି । ଏହାପରେ ସେମାନଙ୍କ ନିକଟରୁ ମୋବାଇଲ ଜବତ କରିଥିବା ନେଇ ସୂଚନା ଦେଇଛନ୍ତି ଭଦ୍ରକ SDPO ସାର୍ଥକ ରାୟ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ